www.samajalive.in
Monday, December 8, 2025
20.1 C
Bhubaneswar

ଶ୍ରୀନଗରରେ କାର୍ଯ୍ୟରତ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ଧାମରା : ଶ୍ରୀନଗରରେ କାର୍ଯ୍ୟରତ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଦେଶ ମାତୃକାର ସେବାରେ ନିୟୋଜିତ ପୁଅର ସନ୍ଦେହଜନକ ମୃତ୍ୟୁର କାରଣ ଖୋଜୁଛନ୍ତି ପୁଲିସ ଓ ଅଞ୍ଚଳବାସୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ନାଲଗୁଣ୍ଡା ପଞ୍ଚାୟତର ନାଲଗୁଣ୍ଡା ଗ୍ରାମର ଏହି ଦୁଃଖଦ ଘଟଣା ଶୋକାକୂଳ ପରିବେଶ ସୃଷ୍ଟି କରିଛି।
ସୂଚନା ମୁତାବକ ଉକ୍ତ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିଷ୍ଣୁ ମୋହନ ଦାସଙ୍କର ଏକମାତ୍ର ପୁତ୍ର ସମ୍ବିତ କୁମାର ଦାସ ଭାରତୀୟ ସେନାରେ ଦୀର୍ଘ ୧୫ ବର୍ଷ ହେବ କାର୍ଯ୍ୟ କରୁଥିଲେ। କିଛି ଦିନ ହେବ ଶ୍ରୀନଗରରେ କାର୍ଯ୍ୟରତ ଥିଲେ । ଦୁଇ ଦିନ ତଳେ ତାଙ୍କ ସ୍ତ୍ରୀ ସସ୍ମିତାଙ୍କ ପାଖକୁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଫୋନ ଆସିଲା। କଣ ପାଇଁ ହେଲା, କେମିତି ହେଲା କିଛି ସୂଚନା ନ ଥିଲା । ଆଜି ଯବାନଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକକୂଳ ପରିବେଶ। ଗ୍ରାମବାସୀ ଯବାନଙ୍କ ଶେଷ ଦର୍ଶନ କରିଥିଲେ। ଗାଁ ମଶାଣିରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଣ୍ଡପିଟି କାନ୍ଦୁଛି ମାଆ, ନିସ୍ତବ୍ଧ ଭାବେ ଶୋଇ ରହିଛନ୍ତି ବାପା, ମାଆ ,ସ୍ତ୍ରୀ ଓ ଦୁଇ ପୁଅ। କେମିତି କଣ ଘଟିଲା ସେନେଇ ଅନେକ ପ୍ରଶ୍ନ ପରିବାରଲୋକେ ଓ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ।

୧୫ ମାର୍ଚ୍ଚରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶି ହେବେ ମାଲାମାଲ୍‌..

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories