ବଢିବ ତାତି: ସାଢେ ୧୧ ସୁଦ୍ଧା ଝାରସୁଗୁଡ଼ାରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ଵର: ଡରାଇଲାଣି ତାତି। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଝାରସୁଗୁଡାରେ ତାପମାତ୍ରା ୩୩.୬ ଡିଗ୍ରୀ ଥିବାବେଳେ ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ ହୋଇଛି। ସେପଟେ ଆସନ୍ତା ୫ ଦିନରେ ତାତି ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ। ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ତିନି ଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ସୂଚନା ରହିଛି।
Comments are closed.