www.samajalive.in
Thursday, December 11, 2025
14.1 C
Bhubaneswar

ଦୁର୍ଘଟଣାରେ ସିଆରପିଏଫ ଯବାନଙ୍କ ମୃତ୍ୟୁ

ଆଠଗଡ: ମୁଣ୍ଡଳି-ନରାଜ ରାସ୍ତାର ମଧ୍ୟବର୍ତ୍ତୀ ସ୍ଥାନରେ ଏକ ସଡକ ଦୁର୍ଘଟଣାରେ ଜଣେ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଠଗଡ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଅରଖପାଟଣା ଗ୍ରାମର ସନାତନ ବେହେରାଙ୍କ ପୁଅ ସତ୍ୟବାନ ବେହେରା(୩୨)। କନ୍ଧମାଳରେ ନିଯୁକ୍ତ ଥିବା ସତ୍ୟବାନ ଡେପୁଟେସନରେ ରାଜ୍ୟ ପୁଲିସ ଡିଡିଙ୍କ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ ଥିଲେ। ଗତ ୧ତାରିଖରେ ସେ ନିଜ ଗ୍ରାମକୁ ଆସି ରବିବାର କର୍ତ୍ତବ୍ୟରେ ଯୋଗଦେବାକୁ ନରାଜ ରାସ୍ତାରେ କଟକସ୍ଥିତ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଏକ ବୁଲେଟରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଏସସିବି ମେଡିକାଲ ଏବଂ ପରେ ଭୁବନେଶ୍ବରସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୭ଦିନ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ରବିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୋମବାର ବ୍ୟବଚ୍ଛେଦ ପରେ ସିଆରପିଏଫର ଏକ ସ୍ଵତନ୍ତ୍ର ଗାଡିରେ ମୃତଦେହ ସନ୍ଧ୍ୟାରେ ଅରଖପାଟଣା ଗ୍ରାମରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମାତ୍ର ୩ ବର୍ଷ ପୂର୍ବରୁ ସେ ବିବାହ କରିଥିଲେ। ମୃତଦେହ ଗ୍ରାମରେ ପହଞ୍ଚିବା ପରେ ବିଜେଡି ଯୁବନେତା ଆଦିତ୍ୟ ପ୍ରତାପ ସ୍ଵାଇଁ, ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରା, ଇଚ୍ଛାପୁର ସରପଞ୍ଚ କବିରାଜ ବେହେରା, ପୂର୍ବତନ ସରପଞ୍ଚ ମଳୟ ସାହୁ, ରାମଚନ୍ଦ୍ର ସାହୁଙ୍କ ସମେତ ଗ୍ରାମର ଶହ ଶହ ଲୋକ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ମୃତଦେହକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ଭୁବନେଶ୍ବରରୁ ମୃତଦେହ ସହିତ ଆସିଥିବା ସିଆରପିଏଫ ବାହିନୀ ଶେଷ ସମ୍ମାନ ପ୍ରଦାନ ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories