www.samajalive.in
Friday, December 12, 2025
17.1 C
Bhubaneswar

ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ ଜୋରଦାର: ଆଇସିସି ଚମ୍ପିଆନ୍ସ ଟ୍ରଫି ଜିତିବାକୁ ଟାର୍ଗେଟ ୨୫୨ ରନ୍‌‌

ଦୁବାଇ: ସମ୍ମାନଜନକ ଚମ୍ପିଆନ୍ସ ଟ୍ରଫି ହାତେଇବା ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା ଆରମ୍ଭ ହୋଇଛି। ଚମ୍ପିଆନ୍ସ ଟ୍ରଫି ଜିତିବା ପାଇଁ ନ୍ୟୁଜିଲାଣ୍ଡ ଭାରତକୁ ୨୫୨ ଟାର୍ଗେଟ ଦେଇଛି। ତେବେ ୨୫୨ ରନ୍‌‌ ସ୍କୋର କଲେ ଭାରତ ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇପାରିବ। ଉଭୟ ଦଳ ଚମ୍ପିଆନ୍ସ ଟ୍ରଫି ଜିତିବା ପାଇଁ କର ବା ମର ସ୍ଥିତିରେ ଖେଳୁଛନ୍ତି।

ପ୍ରଥମେ ଟସ୍‌‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୫୧ ରନ୍‌‌ ସ୍କୋର କରିବାରେ ସଫଳ ହୋଇଛି ଏବଂ ଭାରତ ଆଗରେ ୨୫୨ରନ୍‌‌ର ବିଜୟ ଲକ୍ଷ୍ୟ ରଖିଛି। ଫଳରେ ୨୫୨ ରନ୍‌‌ କଲେ ଆଇସିସି ଚମ୍ପିଆନ୍ସ ଟ୍ରଫି ଜିତିବ ଭାରତ।

- Advertisement -

ଡାରିଲ ମିଚେଲ ଏବଂ ବ୍ରେସୱେଲଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ୨୫୧/୭ ସ୍କୋର କରିଛି। ୟଙ୍ଗ ୧୫, ରଚିନ ୩୫, ମିଚେଲ ୬୩, ଫିଲିପ୍ସ ୩୪ ରନ କରିଥିବାବେଳେ ବ୍ରେସୱେଲ ୫୩ରନ୍‌‌ରେ ଅପରାଜିତ ରହିଥିଲେ।
ଭାରତୀୟ ଖେଳାଳୀ ବରୁଣ ଏବଂ କୁଳଦୀପଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି। ସେହିପରି ସାମି ଓ ଜାଜେଦା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

 

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories