www.samajalive.in
Friday, December 12, 2025
19.1 C
Bhubaneswar

ଘରୋଇ କଳିରୁ ହତ୍ୟାକାଣ୍ଡ, ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାଜଗାଙ୍ଗପୁର: ସୁନ୍ଦରଗଡ଼଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ଛୁରିଚଖା ଗାଁରେ ଘରୋଇ କଳିଳୁ ହତ୍ୟାକାଣ୍ଡ ଘଟିଛି। ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ସିରାନୁସ ଟେଟେ ହୋଇଥିବାବେଳେ ଅଭିଯୁକ୍ତ ପୁଅ ସୂରଜ ଟେଟେ ବୋଲି ଜଣାପଡ଼ିଛି।

କୌଣସି କାରଣକୁ ନେଇ ବାପପୁଅ ମଧ୍ୟରେ ଝଗଡ଼଼ା ହୋଇଥିଲା। ଏହି ଝଗଡ଼଼ା ଉଗ୍ର ରୂପ ଧାରଣ କରିଥିଲା।ପରବର୍ତ୍ତି ସମୟରେ ପୁଅ ସୂରଜ ଟାଙ୍ଗିଆରେ ବାପା ସିରାନୁସଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ବାପା ସିରାନୁସଙ୍କ ମୃତ୍ୟୁ ଘଟିଥିଲା।

- Advertisement -

ଖବର ପାଇ କୁତ୍ରା ଥାନା ପୁଲିସ ଓ ସାଇଣ୍ଟିଫିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଘରୋଇକଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି। କୁତ୍ରା ଥାନା ପୁଲିସ ସିରାନୁସଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ପୁଅକୁ ଅଟକ ରଖି ପୁଲିସର ପଚରା ଉଚୁରା ଜାରି ରଖିଛି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories