www.samajalive.in
Thursday, December 11, 2025
13.1 C
Bhubaneswar

ଆସାମ ସରକାରଙ୍କ ଘୋଷଣା: ନବବଧୂଙ୍କୁ ସୁନା, ଗରିବଙ୍କୁ ଟଙ୍କିକିଆ ଚାଉଳ

ଗୁଆହାଟୀ : ଆସାମରେ ପ୍ରତ୍ୟେକ ନବବଧୂଙ୍କୁ ଏକ ତୋଳା ବା ୧୧.୬୬ଗ୍ରାମ ସୁନା ଦେବେ। ‘ଅରୁନ୍ଧତୀ’ ଯୋଜନାରେ ଆର୍ଥିକ ଅନଗ୍ରସର ପରିବାରର ନବବଧୂଙ୍କ ବାପା-ମାଆଙ୍କୁ ବିବାହ ସମୟରେ ଏହା ପ୍ରଦାନ କରାଯିବ। ଏକ ତୋଳା ସୁନା ପାଇଁ ୩୮ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ବାଦ ଗରିବଙ୍କୁ କିଲୋ ୧ଟଙ୍କାରେ ଚାଉଳ, ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ରାଜ୍ୟ ବଜେଟ ଉପସ୍ଥାପନ ପୂର୍ବକ ଏହି ଘୋଷଣା କରିଛନ୍ତି। ବୁଧବାର ଶର୍ମା ଉପସ୍ଥାପନ କରିଥିବା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୧୯୩କୋଟି ଟଙ୍କାର ନିଅଣ୍ଟିଆ ବଜେଟରେ ଏହି ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୫୭ଲକ୍ଷ ପରିବାରଙ୍କୁ ୩ଟଙ୍କା ମୂଲ୍ୟରେ ଚାଉଳ ଯୋଗାଉଥିବାବେଳେ ରାଜ୍ୟ ସରକାର ୧ ଟଙ୍କାରେ ଚାଉଳ ବ୍ୟବସ୍ଥା କରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories