ହଲିଉଡ୍ ..- ଚଳିତ ବର୍ଷ ଓସ୍କାରରେ କୌଣସି ଆୟୋଜକ ରହିବେ ନାହିଁ । ୨୦୧୯ ଓସ୍କାର ବିତରଣ ଉତ୍ସବରେ ହାସ୍ୟ କଳାକାର କେଭିନ୍ ହାର୍ଟ ଚଳିତ ଥର ଆୟୋଜନ କରିବାର ଥିଲା । ମାତ୍ର ସେ ଏଥିରୁ ଓହରି ଯାଇଛନ୍ତି ।
ଗତ ୩୦ ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା । ଓସ୍କାରର ଅଫିସିଆଲ୍ ସାଇଟ୍ରେ ଏ ବିଷୟରେ ସୂଚନା ଦିଆଯାଇଛି । ଫେବ୍ରୁଆରୀ ୨୪ ତାରିଖରେ ଏହି ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବାର ଅଛି । ଏହା ଓସ୍କାରର ୯୧ ତମ ସଂସ୍କରଣ । ୧୯୮୯ ମସିହାରେ କୌଣସି ଆୟୋଜକଙ୍କ ବିନା ଓସ୍କାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।



