www.samajalive.in
Sunday, December 14, 2025
16.1 C
Bhubaneswar

ନର୍କରୁ ପ୍ରାଣ ପାଇବା ଭଳି ସୁଯୋଗ ରହିଛି: ଶନିବାର ରାଶିଫଳ

ମେଷ: ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବାର ସୂଚନା ମିଳୁଛି। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। କର୍ମପ୍ରବର ଓ କର୍ମଠ ହେବେ। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ନମ୍ର ସ୍ବଭାବସମ୍ପନ୍ନ ହେବେ।
ବୃଷ: ନର୍କରୁ ପ୍ରାଣ ପାଇବା ଭଳି ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ସୂତ୍ରରୁ ବିପୁଳ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟା ରୂପକ ମହାଧନ ଅର୍ଜନ କରିବେ। ପ୍ରୀତିପନ୍ନା ହେବେ। ସୁବକ୍ତା ହେବେ। ସ୍ବାଦିଷ୍ଟ ଭୋଜନ ମିଳିବ।
ମିଥୁନ: ପରତର୍କରେ ନିମଜ୍ଜିତ ହୋଇ ଅର୍ଜନ କରିଥିବା ସୁନାମକୁ କଳଙ୍କ ମୁକ୍ତ ରଖନ୍ତୁ। ଆଜିର ଜୀବନ ଯୁଦ୍ଧରେ ପରାଜିତର ଭୟ ରହିଛି। ଦୀର୍ଘ ଦିନରୁ ସରକାରଙ୍କ ଉପରେ ଥିବା ବକୟା ପ୍ରାପ୍ୟ ମିଳିପାରେ।

କର୍କଟ: ଶାସ୍ତ୍ର ବିହୀନ କର୍ମରୁ ଓହରି ଯାଇପାରନ୍ତି। ମନ ମଧ୍ୟରେ ମହାଭୟ ସଞ୍ଚାର ହୋଇପାରେ। ଉଗ୍ର ସ୍ବଭାବସମ୍ପନ୍ନ ହେବେ। ଶତ୍ରୁକୁ ବିନାଶ କରି ଧନ ପ୍ରାପ୍ତ ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି।
ସିଂହ: ସାଧାରଣ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ସକଳ ଶାସ୍ତ୍ର ଅଧ୍ୟୟନ କରି ରାଜସଭାରେ ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରି ପ୍ରଶଂସାର ପାତ୍ର ହେବେ।କନ୍ୟା: ବହୁ ସୁଖର ଅଧିକାରୀ ହେବେ। ସାଧୁସେବାରୁ ଓ ଦେବ,ଦ୍ବିଜଙ୍କ ଆଶୀର୍ବାଦରୁ ସନ୍ତାନମାନଙ୍କର ଅଶେଷ କଲ୍ୟାଣ ସାଧିତ ହେବ। ବିଦ୍ୟା ପ୍ରାପ୍ତ ପରେ ଲେଖାଲେଖିରେ ମନୋନିବେଶ କରିପାରନ୍ତି।

- Advertisement -

ତୁଳା: ଅନୁକୀର୍ତ୍ତନରୁ ସୁଖ ଲାଭ କରିପାରନ୍ତି। ହାସ୍ୟ ମୁଖରେ ଉପଦେଶ ଦେଇ ସହକର୍ମୀ ଓ ଅଧସ୍ତନମାନଙ୍କର ମନମୋହି ପାରନ୍ତି। ସମର କ୍ଷେତ୍ରରେ କର ବା ମର ମନୋବୃତ୍ତିର ହେବା ଆଶା କରାଯାଏ।
ବିଛା: କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ସନ୍ତାନ ଲାଳସାରେ ଜପ, ତପ ଇତ୍ୟାଦି ଧର୍ମୀୟ ଭାବନାଯୁକ୍ତ ହୋଇପାରନ୍ତି। ବିଜୟ ସ୍ବଭାବ ସମ୍ପନ୍ନ ହେବେ। ନିଷ୍ଠା ଓ କର୍ମତତ୍ପର ହୋଇପାରନ୍ତି।
ଧନୁ: ଆପଣଙ୍କ କାର୍ଯ୍ୟକଳାପରେ ଜନସାଧାରଣ ଅଭିଭୂତ ହୋଇପାରନ୍ତି। ପତ୍ନୀ ଯଦିଓ ପ୍ରକାଶ୍ୟରେ ନୁହେଁ, ତଥାପି ମନ ମଧ୍ୟରେ ଲୁକ୍‌କାୟିତ ଭାବେ ବିରକ୍ତ ଭାବର ହୋଇପାରନ୍ତି। ଧନାଗମ ହୋଇପାରେ।
ମକର: ଧନଲାଭରୁ ବଞ୍ଚିତ ହୋଇପାରନ୍ତି। ଘଟଣାଚକ୍ରରେ ପଡ଼ି ବିବାଦଶୀଳ ହେବାର ସୂଚନା ମିଳୁଛି। ଗୁଣର ପ୍ରସାର ଘଟାଇବାକୁ ସୁଯୋଗ ମିଳିନପାରେ। ଦୁଷ୍ଟ ସ୍ବଭାବରୁ ନିବୃତ୍ତି ଗଲେ ମନରେ ସୁଖ ଆସିବ।

କୁମ୍ଭ: ଉଦାରତା ଯୋଗୁ ସମସ୍ତଙ୍କ ପ୍ରିୟପାତ୍ର ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ଈଶ୍ବର ବିଶ୍ବାସୀ ହୋଇପାରନ୍ତି।
ମୀନ: ଉତ୍ତମ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ କରିବାର ସୁଯୋଗ ସୃଷ୍ଟି ହୋଇଛି। ପ୍ରଖର ବୁଦ୍ଧିସମ୍ପନ୍ନ ହେବେ। ବାକ୍ୟ ପଟୁ ହୋଇପାରନ୍ତି। ପ୍ରିୟ ଲୋକଙ୍କ ଦର୍ଶନ ପାଇ ଉତ୍‌ଫୁଲ୍ଲିତ ହେବେ। ଗରିବଙ୍କ ସାହା ହେବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories