www.samajalive.in
Saturday, December 6, 2025
26.1 C
Bhubaneswar

୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି !

ଭୁବନେଶ୍ବର : ଚଳିତ ମାସ ପହିଲାରୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ଉତ୍ତର ଓଡ଼ିଶାରେ ଦିନ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି। ବୁଧବାର ରାତିରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ହେତୁ ଶୀତ ଅନୁଭୂତ ହୋଇଛି। ବସନ୍ତ ଋତୁରେ ଦିନରେ ରୌଦ୍ରତାପ ବଢ଼ିବା ସହିତ ରାତିରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳକୁ ଖସିବା ଦ୍ବାରା ଶୀତ ଅନୁଭୂତ ହେଉଛି। ଗୁରୁବାର ଦିନ ତାପମାତ୍ରା ଅନେକ ସ୍ଥାନରେ ହ୍ରାସ ପାଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ଏବଂ ଝାରସୁଗୁଡ଼ାରେ ୩୬.୪ଡିଗ୍ରୀ ରହିଛି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ସୁନ୍ଦରଗଡ଼ ଏବଂ ନୂଆପଡ଼ାରେ ୩୫, ଯାଜପୁର ୩୫.୨, ମାଲକାନଗିରି ୩୫.୪, ଭୁବନେଶ୍ବର ୩୪.୪ ଏବଂ କଟକରେ ୩୨.୫ ଡିଗ୍ରୀ ରହିଛି। ସେହିପରି ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାରେ ୧୧.୩ ଡିଗ୍ରୀକୁ ଖସି ଆସିଥିବାବେଳେ କେନ୍ଦୁଝର ୧୪.୯, ଭବାନୀପାଟଣା ୧୧.୯, ଫୁଲବାଣୀ ୧୧.୫ ରାୟଗଡ଼ା ୧୨.୯, ଭଦ୍ରକ ୧୪.୫, ରାଉରକେଲା ୧୪.୫, ଭୁବନେଶ୍ବର ୧୬.୫ ଏବଂ କଟକରେ ୧୮.୮ଡିଗ୍ରୀ ରହିଥିଲା। ରାଜଧାନୀରେ ଟାଣଖରା ଅନୁଭୂତ ‌େ‌ହବା ସହିତ ରାତିରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ କମିଥିଲା। କନ୍ଧମାଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଆଦି କିଛି ଜିଲାରେ ରାତିରେ ସର୍ବନିମ୍ନ ତାପମାତ୍ରା କମିବା କାରଣରୁ ଶୀତ ଅନୁଭୂତ ହୋଇଥିଲା। ଆସନ୍ତା ୨ଦିନ ପରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ୧୦ ତାରିଖ ବେଳକୁ ଅନେକ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ପରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ୧୯୯୧ରୁ ୨୦୨୦ ମଧ୍ୟରେ ୨୦୨୫ ମସିହା ଜାନୁଆରୀ ଥିଲା ସବୁଠୁ ଉତ୍ତପ୍ତ ମାସ। ଏହି ମାସରେ ଶିଳ୍ପାଞ୍ଚଳଗୁଡ଼ିକରେ ତାପମାତ୍ରା ସ୍ବାଭାବିକଠାରୁ ୧.୭୫ ଡିଗ୍ରୀ ଥିବା ଅଧିକ ରେକର୍ଡ ହୋଇଥିଲା।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories