www.samajalive.in
Friday, December 12, 2025
23.1 C
Bhubaneswar

ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତଦେହ ଠାବ

କଲମପୁର : ଗୁରୁବାର ଅପରାହ୍ନରେ କଲମପୁର ପୁଲିସ ଥାନା ଅଧିନସ୍ଥ ତଥା ଜୟପାଟଣା ବ୍ଲକ୍ ଅନ୍ତର୍ଗତ ଆମଜୋର ଗ୍ରାମ ନିକଟସ୍ଥ ବୁଢ଼ାରଜା ପାହାଡ଼ର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଜଣେ ବାଳକର ମୃତ ଦେହ ଠାବ କରାଯାଇଛି। ଉକ୍ତ ବାଳକ ଜଣକ ଗତକାଲି ଅପରାହ୍ନରେ ନିଖୋଜ ହେଇଥିବା ଆମଜୋର ଗ୍ରାମର ଅର୍ଜୁନ ରାଉତଙ୍କ ପୁଅ ପଦ୍ମଲୋଚନର ବୋଲି ଚିହ୍ନଟ କରାଯାଇଛି।

ସୂଚନାଯୋଗ୍ୟ ଯେ ପଦ୍ମଲୋଚନ ମାଟ୍ରିକ ପରୀକ୍ଷା ଦେଉଥିଲେ। ଗୁରୁବାର ଶେଷ  ପରୀକ୍ଷା ଦେବାର ଥିଲା। କିନ୍ତୁ ପଦ୍ମଲୋଚନ ବୁଧବାର ଅପରାହ୍ନରୁ ଘରରୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଅନେକ ଖୋଜାଖୋଜି କରି ଶେଷରେ କଲମପୁର ପୁଲିସ ଥାନାରେ ନିଜ ପୁଅ ନିଖୋଜ ନେଇ ଏକ ଏତଲା ଦେଇଥିଲେ। ଏତଲା ଦେବାର କିଛି ସମୟପରେ ଗାଁ ନିକଟରେ ଥିବା ବୁଢ଼ାରଜା ପାହାଡ଼ର ଏକ ଗଛରେ ପଦ୍ମଲୋଚନର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ସୂଚନା ପାଇଥିଲେ। ଏନେଇ କଲମପୁର ପୁଲିସ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଥାନା ଅଧିକାରୀ ନୀଳାମ୍ବର ଜାନୀ ଘଟଣାସ୍ଥଳରେ ପହଞ୍ଚି ଶବ ଠାବ କରିଦେଲେ। ପରିବାର ଲୋକ ଏହା ଏକ ଯୋଜନାବଦ୍ଧ ହତ୍ୟା ଘଟଣା ବୋଲି କହିଥିଲେ। ତେଣୁ ସାଇନଟିଫିକ ଟିମ୍ ସହାୟତାରେ ଘଟଣାର ତଦନ୍ତ କରାଯିବ । ଆସନ୍ତା କାଲି ସାଇନଟିଫିକ ଟିମ୍ ପହଞ୍ଚିବା ପରେ ଘଟଣାର ତଦନ୍ତ ହେବ।

Hot this week

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

Related Articles

Popular Categories