www.samajalive.in
Friday, December 12, 2025
14.1 C
Bhubaneswar

ବଜାରକୁ ଆସିଲା ଏହି ଇ-ବାଇକ୍, ଥରେ ଚାର୍ଜ କଲେ ଯିବ ୧୬୫ କିଲୋମିଟର

ନୂଆଦିଲ୍ଲୀ : ଭାରତରେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ଲଗାତର ବଢିବାରେ ଲାଗିଛି। ଅନେକ କମ୍ପାନୀ ଇ-ଗାଡି ବଜାରକୁ ନେଇଆସୁଛନ୍ତି । ଏହି ତାଲିକାରେ ଏବେ ଅଲ୍ଟ୍ରାଭାଓଲେଟ୍ ଅଟୋମେଟିଭ୍ ନିଜର ଏକ ନୂଆ ମଡେଲ ବଜାରକୁ ନେଇଆସିଛି । ଏହା ଏକ ଦମଦାର ଇଲେକ୍ଟ୍ରିକ୍ ଅଫରୋଡିଂ ବାଇକ୍ । ଏହାର ନାଁ ଶକଓ୍ବେଭ୍ ରଖିଛି କମ୍ପାନୀ । ଏହାର ଏକ୍ସ ଶୋରୁମ୍ ଦାମ୍ ୧.୭୫ ଲକ୍ଷ ଟଙ୍କା ଥିବାବେଳେ ପ୍ରଥମ ୧୦୦୦ ଗ୍ରାହକ ଏହାକୁ ଦେଢଲକ୍ଷ ଟଙ୍କାର କ୍ରୟ କରିପାରିବେ ।

ଏହାକୁ ଥରେ ଚାର୍ଜ କଲେ ୧୬୫ କିଲୋମିଟର ପର୍ଯ୍ୟନ୍ତ ଏହା ଯାତ୍ରା କରିପାରିବ । ଶୂନ୍ୟରୁ ୬୦ କିଲୋମିଟର ସ୍ପିଡ୍ ମାତ୍ର ୨.୯ ସେକେଣ୍ଡରେ ଏହା ଧରିପାରିବ । ଏହାର ଟପ୍ ସ୍ପିଡ୍ ୧୨୦ କିଲୋମିଟର ପ୍ରତି ଘଣ୍ଟା ।  ଏଥିରେ ଅନେକ ଫିଚର୍ ଦିଆଯାଇଛି । ୪ ଟ୍ରାକ୍ସନ କଣ୍ଟ୍ରୋଲ ମୋଡ୍ସ ଦିଆଯାଇଥିବାବେଳେ ଏଥିରେ ସ୍ବିଚେବଲ ଡୁଆଲ ଚ୍ୟାନେଲ୍ ଏବିଏସ୍, ୬ ଲେବଲ ଡାଇନାମିକ୍ ରିଜେନେରେସନ, ୧୯/୧୭ ଇଞ୍ଚର ଓ୍ବାୟର ସ୍ପୋକ୍ ହ୍ବିଲ୍ସ ଓ ଡୁଆଲ ପର୍ପଜ ଟାୟାର ମିଳିଥାଏ । ଏହାକୁ କସ୍ମିକ୍ ବ୍ଲାକ୍ ଓ ଫ୍ରଷ୍ଟ୍ ହ୍ବାଇଟ୍ ରଙ୍ଗର ବିକଳ୍ପ ସହିତ ବଜାରକୁ ଆଣିବ କମ୍ପାନୀ । ଏହାର ବୁକିଂ ଆରମ୍ଭ ହୋଇସାରିଛି । ଗ୍ରାହକ ଏହାକୁ ଅଫିସିଆଲ୍ ଓ୍ବେବସାଇଟ୍ କିମ୍ବା ଡିଲରସିପକୁ ଯାଇ ଏହାକୁ ବୁକ୍ କରିପାରିବେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories