www.samajalive.in
Monday, December 8, 2025
24.1 C
Bhubaneswar

୧୨ ଲକ୍ଷ ଟଙ୍କାର ନକଲି ମୋବିଲ ଓ ପାର୍ଟସ ଜବତ, ୨ଅଟକ

ଭୁବନେଶ୍ବର: ରାଜଧାନୀରେ ନକଲି ଗାଡ଼ିପାର୍ଟସ ସହିତ ନକଲି ମୋବିଲ ଏବଂ ଇଞ୍ଜିନ ଅଏଲକୁ ବୁଧବାର ବଡ଼ଗଡ଼ ଥାନା ପୁଲିସ ଠାବ କରିଛି। ପୁଲିସ ସନ୍ଧ୍ୟାରେ ରାଜାରାଣୀ କଲୋନୀସ୍ଥିତ ଏ.କେ. ଅଟୋମୋବାଇଲ ଦୋକାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀର ମୂଲ୍ୟ ଆନୁମାନିକ ୧୨ଲକ୍ଷ ଟଙ୍କା ହେବ। ନକଲି ସାମଗ୍ରୀ ବିକିବା ଅଭିଯୋଗରେ ପୁଲିସ ଦୋକାନର ଦୁଇ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୋକାନ ମାଲିକ ଋଷିଆ ଯାଇଥିବାରୁ ନକଲି ସାମଗ୍ରୀ କେଉଁଠୁ ଅଣାଯାଉଥିଲା, କେଉଁମାନଙ୍କୁ ବିକା ଯାଉଥିଲା ସେ ସବୁର ଟିକିନିକି ତଥ୍ୟ ଜାଣିବା ପାଇଁ ପୁଲିସ ଖୋଳତାଡ଼ କରୁଛି।
ସୂଚନାଯୋଗ୍ୟ, ବଡ଼ଗଡ଼ ଥାନା ଅଞ୍ଚଳରେ ରାଜାରାଣୀ କଲୋନୀରେ ଏ.କେ. ଅଟୋମୋବାଇଲ ଦୋକାନ ରହିଛି। ଦୋକାନ ମାଲିକ କ୍ୟାଷ୍ଟ୍ରୋଲ କମ୍ପାନୀର ମୋବିଲ ଓ ଇଞ୍ଜିନ ନାଁରେ ନକଲି ଅଏଲ ପ୍ୟାକିଂ କରୁଥିଲେ। ଏହାସହିତ ଦୋକାନରେ ହଣ୍ଡା ଓ ଟିଭିଏସ କମ୍ପାନୀର ନକଲି ଗାଡ଼ି ପାର୍ଟସ ବିକ୍ରି କରୁଥିଲେ। ୫ବର୍ଷ ହେବ ସେଠାରେ ଏହି କାରବାର ଚଳାଉ ଥିଲେ। କେହି ଏହାର ସୁରାକ ପାଇପାରୁନଥିଲେ। ନକଲି ତଥା ନିମ୍ନମାନର ମୋବିଲ ଡ୍ରମରୁ ପାଇପ ଲଗାଇ ୧ଲିଟର, ୫ଲିଟର, ୧୦ଲିଟର ମୋବିଲ ଡବାରେ ଭର୍ତ୍ତିକରି ପ୍ୟାକିଂ କରାଯିବା ସହିତ କ୍ୟାଷ୍ଟ୍ରୋଲର ନକଲି ବାରକୋଡ୍ ମରାଯାଉଥିଲା। କଲକାତାର ଇଆଇପିଆର୍‌ କମ୍ପାନୀ ସୂଚନା ପାଇବା ପରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ବଡ଼ଗଡ଼ ପୁଲିସ କମ୍ପାନୀର ଯାଞ୍ଚ ବିଶେଷଜ୍ଞ ଦଳଙ୍କ ସହ ଦୋକାନରେ ଚଢ଼ଉ କରିଥିଲା। ଦୋକାନ ଭିତରେ ମୋବିଲ ପ୍ୟାକିଂ କରାଯିବା ସମୟରେ ପୁଲିସ କ୍ୟାଷ୍ଟ୍ରୋଲ କମ୍ପାନୀର ନକଲି ଲୋଗୋ ଲାଗିଥିବା ଖାଲିଡବା ଓ ଠିପିକୁ ଜବତ କରିଥିଲା। ଏହାସହିତ ପୁଳାପୁଳା ନକଲି ପାର୍ଟସକୁ ଜବତ କରିଥିଲା। ରାଜଧାନୀରେ ପୂର୍ବରୁ ନକଲି ଘିଅ, ଟମାଟୋ ଓ ଚିଲି ସସ୍‌ ଜବତ ହୋଇଥିବାବେଳେ ଏବେ ନକଲି ମୋବିଲ ଓ ଗାଡ଼ି ପାର୍ଟସ ଜବତ ହୋଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories