www.samajalive.in
Saturday, December 6, 2025
26.1 C
Bhubaneswar

‘ସରକାର ଆସିବେ ଯିବେ; ବିଜୁବାବୁ ଓଡ଼ିଆଙ୍କ ହୃଦୟରେ ଥିବେ’

ଭୁବନେଶ୍ବର : ସରକାର ଆସିବ ଓ ଯିବ। କିନ୍ତୁ ବିଜୁ ବାବୁ ସବୁଦିନ ପାଇଁ ସବୁ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ। ତାଙ୍କ ଅବଦାନ ପାଇଁ ଓଡ଼ିଆ ଜାତି ଗର୍ବ କରୁଥିବ ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଯୋଗାଇ ଚାଲିଥିବ। ଶଙ୍ଖଭବନରେ ଆୟୋଜିତ ବିଜୁ ଜୟନ୍ତୀରେ ଏହା କହିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ସଭାରେ ଉଦବୋଧନ ଦେଇ ନବୀନ କହିଥିଲେ ଯେ, ବିଜୁ ବାବୁ; ଏହି ଦୁଇଟି ଶବ୍ଦ ଶୁଣିଲେ ପ୍ରତି ଓଡ଼ିଆଙ୍କ ଛାତି ଗର୍ବରେ ଫୁଲି ଉଠେ। ମନରେ ସାହସ ଆସେ ଏବଂ ଆଖି ଆଗରେ ସାହସ ଓ କରୁଣାରେ ପରିପୂର୍ଣ୍ଣ ବିଶାଳ ହୃଦୟ ଥିବା ଟଲ୍ ମ୍ୟାନଙ୍କ ଛବି ଭାସି ଆସେ। ସେ ଥିଲେ ସାଢେ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ। ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ ନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଦୁର୍ଭାଗ୍ୟର କଥା କ୍ଷମତାକୁ ଆସିବାର ଠିକ ପରେ ପରେ ବିଜେପି ସରକାର ବିଜୁ କ୍ରୀଡ଼ା ପୁରସ୍କାର ନାମ ବଦଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରବଳ ପ୍ରତିକ୍ରିୟା ପରେ ନିଷ୍ପତ୍ତିରୁ ଓହରିଲେ। ଏବେ ସାରା ରାଜ୍ୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଉଛି। କିନ୍ତୁ ଅପରାଧୀଙ୍କୁ ଧରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ଗତ ୩୦ ବର୍ଷ ହେଲା ୧୯୯୩ରୁ ଓଡ଼ିଶାବାସୀ ବିଜୁବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରି ଆସୁଥିଲେ। କିନ୍ତୁ ଚଳିତବର୍ଷ ଏହି ଦିବସକୁ ଅନ୍ୟ ତାରିଖକୁ ଘୁଞ୍ଚାଇବା ପଛରେ ରହସ୍ୟ କ’ଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ଏହାର କଡ଼ା ନିନ୍ଦା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେପି ସରକାର ଯୋଜନା ଓ ପୁରସ୍କାରର ନାମ, ରଙ୍ଗ ପରିବର୍ତ୍ତନ କରିପାରନ୍ତି, ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିପାରନ୍ତି, ଉତ୍ସବ ତାରିଖ ବଦଳାଇ ପାରନ୍ତି, କିନ୍ତୁ ବିଜୁ ବାବୁଙ୍କ ପ୍ରତି ଥିବା ଲୋକଙ୍କ ଶ୍ରଦ୍ଧା ଓ ଭଲ ପାଇବାକୁ ବଦଳାଇ ପାରିବେ ନାହିଁ। ପୁରୀ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟାଯିବା ବିଷୟ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସ୍ୱର୍ଗଦ୍ୱାରର ପୁନର୍ବିନ୍ୟାସ ପାଇଁ ବିଜୁ ବାବୁଙ୍କ ସମାଧି ହଟାଇବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। କାରଣ ଇଟା, ସିମେଣ୍ଟ ଓ କଂକ୍ରିଟ ଆବରଣ ଭିତରେ ନୁହେଁ, ବିଜୁ ବାବୁଙ୍କ ସ୍ଥାନ ଓଡ଼ିଶାବାସୀଙ୍କ ହୃଦୟରେ। ପଞ୍ଚାୟତିରାଜ ଦିବସ ପାଳନ ମାର୍ଚ୍ଚ ୫ ପରିବର୍ତ୍ତେ ଅନ୍ୟ ତାରିଖକୁ ଘୁଞ୍ଚାଇବାକୁ ନିନ୍ଦା କରି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଏହା କ’ଣ ବିଜୁବାବୁଙ୍କ ଲିଗାସିକୁ ଲିଭାଇବାକୁ ଉଦ୍ୟମ କି? ଆପଣ କ’ଣ ପାରାଦ୍ୱୀପ ବନ୍ଦର, ଏନଟିପିସି, ହାଲ, ଓୟୁଏଟି, ଏନଆଇଟି ରାଉରକେଲାକୁ ବନ୍ଦ କରିପାରିବେ? ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ବିଜୁ ବାବୁ ଆରମ୍ଭ କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆପଣ କ’ଣ ଉଚ୍ଛେଦ କରିପାରିବେ? ସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁଙ୍କ ଅବଦାନକୁ ଆପଣ କ’ଣ ଲିଭାଇ ପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ନାମ ପରିବର୍ତ୍ତନ ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ କହିଥିଲେ।
ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନେସ୍କୋ କଳିଙ୍ଗ ପୁରସ୍କାର, ଓଡ଼ିଆ ଜାତିର ପରିଚୟକୁ ସେ ନୂଆ ଶିଖରକୁ ନେଇଥିଲେ। ବିଜୁ ବାବୁ କେବଳ ରାଜ୍ୟ ବା ଜାତୀୟସ୍ତରର ନେତା ନ ଥିଲେ ସେ ଜଣେ ବିଶ୍ୱ ନେତା ଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜଭୁତ କରିବାରେ ବିଜୁ ବାବୁଙ୍କ ଅବଦାନକୁ ଉପେକ୍ଷା କରାଯାଇ ପାରିବ ନାହିଁ। ଏବେ କିଛି ବର୍ଷ ହେଲା କିଛି ଲୋକ ଇତିହାସକୁ ବିକୃତ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ନବୀନ ଶାସକ ବିଜେପିକୁ ଶାଣିତ ସମାଲୋଚନା କରିଛନ୍ତି। ଏହି ଅବସରରେ ଦଳର ବିଧାୟକ, ବରିଷ୍ଠ ନେତା ଉଦବୋଧନ ଦେଇଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories