www.samajalive.in
Saturday, December 13, 2025
21.1 C
Bhubaneswar

ଯୁବ ଛାତ୍ରମାନେ ଅଧିକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ – ରାଷ୍ଟ୍ରପତି

ଡେସ୍କ: ଭାରତର ଉଚ୍ଚଶିକ୍ଷାନୁଷ୍ଠାନ ପ୍ରତି ଅନ୍ୟ ଦେଶମାନଙ୍କୁ ଆକୃଷ୍ଟ କରିବା ଏବଂ ଆମ ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାର ଅନ୍ୟ ଦେଶର ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ହେବା ଉଚିତ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ନୂଆଦିଲ୍ଲୀରେ ୨୦୨୪-୨୫ ପରିଦର୍ଶକ ସମ୍ମିଳନୀର ସମାପନୀ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଅନ୍ତର୍ଜାତୀୟକରଣ ପ୍ରୟାସ ଏବଂ ସହଯୋଗକୁ ସୁଦୃଢ଼ କରିବା ଦ୍ୱାରା ଆମର ଯୁବ ଛାତ୍ରମାନେ ଏକବିଂଶ ଶତାବ୍ଦୀର ବିଶ୍ୱରେ ଏକ ଅଧିକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ। ଆତ୍ମନିର୍ଭରଶୀଳ ହେବା ବାସ୍ତବରେ ଏକ ବିକଶିତ, ବୃହତ ଓ ସୁଦୃଢ଼ ଅର୍ଥନୀତିର ପରିଚୟ। ଗବେଷଣା ଓ ଉଦ୍ଭାବନ ଉପରେ ଆଧାରିତ ଆତ୍ମନିର୍ଭରଶୀଳତା ଆମ ଉଦ୍ୟୋଗ ଓ ଅର୍ଥନୀତିକୁ ସୁଦୃଢ଼ କରିବ। ଶିକ୍ଷା ବ୍ୟବସ୍ଥା ବ୍ୟବସ୍ଥା ଭିତ୍ତିକ ହେବା ସହ ଛାତ୍ରଛାତ୍ରୀଙ୍କ ବିଶେଷ ପ୍ରତିଭା ଓ ଆବଶ୍ୟକତା ଅନୁଯାୟୀ ନମନୀୟ ହେବା ଦରକାର ଏବଂ ଏହା ଉଭୟ ଏକ ଆବଶ୍ୟକତା ଓ ଆହ୍ୱାନ ବୋଲି ରାଷ୍ଟ୍ରପତି କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories