www.samajalive.in
Friday, December 12, 2025
27.1 C
Bhubaneswar

ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଆଶ୍ଵସ୍ତ, ଏତଲା ଦାୟର ନିର୍ଦେଶ ସ୍ଥଗିତ

ମୁମ୍ବଇ: ଶେୟାର ବଜାର ଠକେଇ ମାମଲାରେ ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ଆଶ୍ଵସ୍ତି ମିଳିଛି। ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଏତଲା ଦାୟର କରିବା ନେଇ ସ୍ଵତନ୍ତ୍ର ଅଦାଲତଙ୍କ ନିର୍ଦେଶ ଉପରେ ରୋକ୍ ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ପୂର୍ବତନ ସେବି ମୁଖ୍ୟ ବୁଚ୍ ଏବଂ ଅନ୍ୟ ପାଞ୍ଚ ଜଣ ଶେୟାର ବଜାର ଠକେଇ ପାଇଁ ସେମାନଙ୍କ ବିରୋଧରେ ଏତଲା ଦାୟର ନିର୍ଦେଶକୁ ରଦ୍ଦ କରିବାକୁ ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ କହିଥିଲେ ଯେ, ଏହି ଆବେଦନ ଉପରେ ମାର୍ଚ୍ଚ ୪ରେ ଶୁଣାଣି ହେବ। ସେପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଏସିବିକୁ କୁହାଯାଇଥିଲା।

ଏହାପୂର୍ବରୁ ପୂର୍ବତନ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଏବଂ ଅନ୍ୟ ପାଞ୍ଚଜଣ ଅଧିକାରୀଙ୍କ ବିରୋଧରେ ଶେୟାର ବଜାର ଠକେଇ ଏବଂ ନିୟାମକ ଉଲ୍ଲଂଘନ ଅଭିଯୋଗରେ ଏଫଆଇଆର ଦାୟର କରିବାକୁ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି)କୁ ନିର୍ଦ୍ଦେଶ ଦେଇଥିଲେ ମୁମ୍ବଇର ଏକ ସ୍ୱତନ୍ତ୍ର ଅଦାଲତ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories