www.samajalive.in
Monday, December 8, 2025
13.1 C
Bhubaneswar

ଦୁର୍ଘଟଣାରେ ବିଏସଏଫ ଯବାନ ମୃତ, ଗାର୍ଡ ଅଫ ଅନର ଦେଲେ ସେନା ଅଧିକାରୀ

ଲଡ଼ୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର ଜୟ ନାରାୟଣ ଶବରଙ୍କ ଦ୍ଵିତୀୟ ପୁଅ ରଶ୍ମି ରଞ୍ଜନ ଶବର (୪୫) ଗତକାଲି ରାତିରେ ନୂଆପଡା ଜିଲ୍ଲା ନୂଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ୨୦୦୬ରେ ଭାରତୀୟ ସେନା ବିଏସଏଫରେ ସିପାହୀ ଭାବେ ରାଜସ୍ଥାନ ବାଟାଲିୟନରେ କାର୍ଯ୍ୟରତ ଥିଲେ। ତେବେ ତାଙ୍କ ପତ୍ନୀ ପଞ୍ଚମୀ ଶବର ମଧ୍ୟ ନୂଆପଡା ପୋଲିସରେ କାର୍ଯ୍ୟରତ ଥିବା ବେଳେ ରଶ୍ମିରଞ୍ଜନ ଶବର ଗତ କିଛିଦିନ ତଳେ ଛୁଟିରେ ନିଜ ପରିବାର ରହୁଥିବା ନୂଆପଡା ଆସିଥିଲେ। ଗତକାଲି ରାତିରେ ସେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଆଜି ତାଙ୍କ ପାର୍ଥିବ ଶରୀର ନିଜ ପୈତୃକ ଗାଁ କୋକସରାକୁ ସନ୍ଧ୍ୟାରେ ଆସି ପହଞ୍ଚବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କୁ ଶେଷ ସମ୍ମାନ ଦେବାକୁ କୋରାପୁଟରେ ନିୟୋଜିତ ଥିବା ବିଏସଏଫ ପକ୍ଷରୁ ଅଧିକାରୀ ମାନେ ପହଞ୍ଚି ତାଙ୍କ ମୃତ ଶରୀରକୁ ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ତାଙ୍କ ଶବଧାରରେ କୋକସରା ଗ୍ରାମର ଶତାଧିକ ଲୋକ, ବନ୍ଧୁ ପରିଜନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ପରେ ତାଙ୍କ ଅନ୍ତିମ ସଂସ୍କାର ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories