www.samajalive.in
Saturday, December 13, 2025
17.1 C
Bhubaneswar

ଜିନ୍ଦଲ ହଟାଅ ଭିଟାମାଟି ବଞ୍ଚାଅ ଦାବିରେ ଚାଷୀ ଓ ମହିଳାମାନଙ୍କ ମେଳି

ପାଟଣା: ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଯମୁନାପଶି ହାଟ ପଡିଆଠାରେ ଜିନ୍ଦଲ ହଟାଅ ଭିଟାମାଟି ବଞ୍ଚାଅ ଏକ ଜିନ୍ଦଲ ବିରୋଧୀ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଯମୁନାପଶି, କୋଡ଼ଖମଣ, ପଦ୍ମକେଶରପୁର, ନୂଆଖମଣ, କିମିର୍ଦାପୋଷି, ଧରୁଆପଡା, ରାଇକଳା, ନୂଆଗାଁ, ବାରୁଡ଼ିପଷି, ଭୃଙ୍ଗରାଜପଶି, ଚେମେଣା, ଚିଲିଦା, ବଳିଆପସି, ରେଙ୍ଗାଳବେଡା, ଅଙ୍ଗିକଳା, ଧନୁର୍ଜୟପୁର, ବାରଡ଼ାଙ୍ଗୁଆ, ଗୋଡିପୋଖରୀ ଗ୍ରାମର ର ଶହ ଶହ ସଂଖ୍ୟାରେ ଚାଷୀ, ମହିଳା, ଛାତ୍ର, ଯୁବକ ସାମିଲ ହୋଇଥିଲେ। ବରିଷ୍ଠ ଚାଷୀ ନେତା ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ଯୋଗ ଦେଇ ତାଙ୍କ ଭାଷଣ ପ୍ରସଙ୍ଗରେ ଜିନ୍ଦଲ ସହ ହୋଇଥିବା ଏମ.ଓ.ୟୁ ବାତିଲ କରିବା, ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କରିବା, ସରକାରୀ ଉଦ୍ୟୋଗରେ ଶିଳ୍ପ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ପୁରୁଷ ପୁରୁଷ ଧରି ଦଖଲ କରି ଆସୁଥିବା ଚାଷପଯୋଗୀ ଓ ବସପଯୋଗୀ ଜମିକୁ ଦଖଲ ଦାର ମାନଙ୍କୁ ପଟ୍ଟା ନଦେଇ କମ୍ପାନୀକୁ ଟେକିଦେବା ଯେ ବିଜେପି ସରକାରଙ୍କ କମ୍ପାନୀ ପ୍ରୀତିର ଅସଲ ଚରିତ୍ର ପ୍ରକାଶ ପାଉଛି, ତାହା କ୍ରମଶଃ ସ୍ପଷ୍ଟ ହେଉଛି ବୋଲି କମ୍ରେଡ଼ ଦାସ ପ୍ରଶ୍ନ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଚ୍ୟୁତାନନ୍ଦ ନାଏକ, ସରୋଜ କୁମାର ସିଂହ, ରବିନ୍ଦ୍ର କୁମାର ମହାନ୍ତ, ପ୍ରକାଶ ମଲ୍ଲିକ, ବେଣୁଧର ସର୍ଦ୍ଦାର, ମଞ୍ଜୁଲତା ମହାନ୍ତ, ଗୁରୁବାରୀ ସର୍ଦ୍ଦାର, ଲିପିବାଳା ନାଏକ ଓ ଲଷ୍ମୀପ୍ରିୟା ମହାନ୍ତ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଜିନ୍ଦଲ କମ୍ପାନୀ ହଟିବା ଯାଏ ସଂଘର୍ଷ ଜାରି ରଖିବୁ ବୋଲି ସଂକଳ୍ପ କରିଛନ୍ତି। ଏହି ସଭାରେ ଜିନ୍ଦଲ ପ୍ରତିରୋଧ ମଞ୍ଚ ଗଠନ କରାଯାଇଛି। ମଞ୍ଚର କର୍ମକର୍ତ୍ତା ଭାବେ କମ୍ରେଡ଼ ରଘୁନାଥ ଦାସ ଉପଦେଷ୍ଟା, ଘନଶ୍ୟାମ ମହାନ୍ତ ସଭାପତି, ଉପସଭାପତି ଭାବେ ଅଚ୍ୟୁତାନନ୍ଦ ନାଏକ, ସରୋଜ କୁମାର ସିଂହ, ପ୍ରକାଶ ମଲ୍ଲିକ, ରବିନ୍ଦ୍ର କୁମାର ମହାନ୍ତ ନିର୍ବାଚିତ ହୋଇଥିବା ବେଳେ ବେଣୁଧର ସର୍ଦ୍ଦାର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories