www.samajalive.in
Friday, December 12, 2025
19.1 C
Bhubaneswar

ଜିମସାର ପକ୍ଷରୁ ସ୍ବାସ୍ଥ୍ୟ ଶିବିର

ଆଠଗଡ: ମାଧବପୁରସ୍ଥିତ ଜିମସାର ପକ୍ଷରୁ ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଶନିବାର ଏକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀନାରାୟଣପୁର ୟୁଜିଏମଇ ସ୍କୁଲ ପରିସରରେ ଆୟୋଜିତ ଏହି ଶିବିରକୁ ଗୋପବନ୍ଧୁ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମ ଚରଣ ଦାଶ ଉଦଘାଟନ କରିଥିଲେ । ଡାକ୍ତର ଦାଶଙ୍କ ସମେତ ଡାକ୍ତର ବିକ୍ରମ ଷଡଙ୍ଗୀ ଓ ଡାକ୍ତର ଜି ଲୋହିତ କୁମାର ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଡାକ୍ତରମାନେ ଲକ୍ଷ୍ମୀନାରାୟଣପୁର ଏବଂ ଆଖପାଖ ଅଞ୍ଚଳର ୧୧୨ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ଦେବା ସହ ସେମାନଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲ। ଜିମସାରର ବିପିଓ ତପନ କୁମାର ବାରିକ, ବିପଣନ ପରିଚାଳକ ଶ୍ରୀହର୍ଷ ସାମଲ, ଫର୍ମାସିଷ୍ଟ ସ୍ନେହାଶିଷ ରଥ, ସେବିକା ହାସ୍ୟମୟୀ ପ୍ରଧାନ ଓ ମୋନାଲି ବାରିକ, ଡାଇଲିସିସ୍ ଟେକ୍ନିସିଆନ ସଞ୍ଜୟ କୁମାର ସାମଲ, ବିଏସସି ନର୍ସିଂ ଛାତ୍ର ସୋହମ ସତ୍ୟଜିତ ବେହେରା ଓ ସତ୍ଯ ସ୍ୱରୂପ ପଟ୍ଟନାୟକ, ସହାୟିକା ମାମାଲି ନାଏକ, ଆମ୍ବୁଲାନ୍ସ ଚାଳକ ସୁକାନ୍ତ ବାରିକ ଏବଂ ସ୍ଥାନୀୟ ଗ୍ରାମର ସ୍ୱେଚ୍ଛାସେବୀ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories