www.samajalive.in
Saturday, December 13, 2025
26.1 C
Bhubaneswar

ଅକାଳରେ ଝଡିଗଲେ ଯୁବ ସଙ୍ଗୀତକାର, ମାର୍ଚ୍ଚ ୭ରେ ପଡ଼ିଥାନ୍ତା ହାତଗଣ୍ଠି

ପାଟଣା: ଅକାଳରେ ଝଡିଗଲେ ଯୁବ ସଙ୍ଗୀତକାର ଶ୍ରୀତମ ସୁକୁମାର ପଣ୍ଡା (୨୫)। ଗତରାତି ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ପାକସ୍ଥଳୀ ଜନିତ ରୋଗରେ ୨୧ ଦିନର ଚିକିତ୍ସା ପରେ ସେ ହାରି ଯାଇଛନ୍ତି। ଆଉ ମାତ୍ର ସପ୍ତାହକ ପରେ ମାର୍ଚ୍ଚ ୭ରେ ତାଙ୍କର ହାତଗଣ୍ଠି ପଡ଼ିଥାନ୍ତା। ହେଲେ ନିର୍ବନ୍ଧ ପରେ ସେ ଆଉ ବିବାହ ବେଳକୁ ଇହ ଜଗତରେ ନାହାନ୍ତି। ପାଟଣା ମୁଖ୍ୟାଳୟ ଶିବନାରାୟଣପୁର ବାସିନ୍ଦା ହେମନ୍ତ ପଣ୍ଡାଙ୍କ ଏକ ମାତ୍ର ପୁତ୍ର ଶ୍ରୀତମ ସୁକୁମାର ସଂଗୀତ ନାଟକ ମହାବିଦ୍ୟାଳୟରେ ଶିକ୍ଷା ସମାପ୍ତ ପରେ ଜଣେ କଣ୍ଠଶିଳ୍ପୀ ଓ ସଙ୍ଗୀତକାର ଭାବେ ଆଦୃତି ଲାଭ କରି ଆସୁଥିଲେ। ଆଜି ଭୁବନେଶ୍ୱରରୁ ତାଙ୍କର ମର ଶରୀର ପାଟଣା ଅଣାଯିବାପରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଥିଲା। ଜ୍ଞାତି କୁଟୁମ୍ବ ଓ ଶୁଭେଚ୍ଛୁ ମାନେ ତାଙ୍କ ଶବଧାରରେ ବୈତରଣୀ କୁଳଯାଏ ଯାଇ ତାଙ୍କର ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ଶ୍ରୀତମଙ୍କ ବିୟୋଗରେ ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ ଓ ହୃଷୀକେଶ ନାଏକ, କଂଗ୍ରେସ ନେତା ଈଂ ବିନୋଦ ବିହାରୀ ନାଏକ ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଶ୍ରୀତମଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଆଜିର ପାଟଣା ଜାଗର ମହୋତ୍ସବର ସଂଧ୍ୟା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories