www.samajalive.in
Monday, December 8, 2025
13.1 C
Bhubaneswar

ଏହି ତାରିଖରେ ଜନ୍ମ ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନୀ କରିଥାନ୍ତି ଶନିଦେବ: ମିଳେ ବିଶେଷ କୃପା, ବଦଳିଯାଏ ଭାଗ୍ୟ..

ଅଙ୍କ ଜ୍ୟୋତିଷ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭବିଷ୍ୟ, ସ୍ୱଭାବ ଓ ବ୍ୟକ୍ତିତ୍ୱ ସେମାନଙ୍କ ମୂଲ୍ୟାଙ୍କରୁ ନିର୍ଦ୍ଧାରିତ ହୋଇଥାଏ। ମୂଲ୍ୟାଙ୍କ ୧ରୁ ୯ ପର୍ଯ୍ୟନ୍ତ ବ୍ୟକ୍ତି ବିଶେଷଙ୍କ ଗୁଣ ଓ ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ । ତେବେ ମୂଲ୍ୟାଙ୍କ ୮ ବିଷୟରେ ଜାଣନ୍ତୁ । ଏମାନଙ୍କ ସ୍ୱାମୀ ଗ୍ରହ ଶନି। ଅଙ୍କ ଜ୍ୟୋତିଷ ବିଶେଷଜ୍ଞଙ୍କ ଅନୁସାରେ ଏହି ମୂଲ୍ୟାଙ୍କ ସହ ସମ୍ବନ୍ଧିତ ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ହଠାତ୍‌ ବଦଳିଥାଏ। ଶନିଙ୍କ କୃପାରୁ ଏମାନଙ୍କୁ ଧନ, ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।

ଅଙ୍କ ଜ୍ୟୋତିଷ ଅନୁସାରେ ଯେକୌଣସି ବ୍ୟକ୍ତି ବିଶେଷଙ୍କ ଜନ୍ମ ୮, ୧୭ କିମ୍ବା ୨୬ ତାରିଖରେ ହୋଇଥାଏ, ସେମାନଙ୍କ ମୂଲ୍ୟାଙ୍କ ୮ ବୋଲି କୁହାଯାଏ। ଏହି ମୂଲ୍ୟାଙ୍କ ଶନି ଗ୍ରହ ସହ ସମ୍ବନ୍ଧିତ । ଯେ କି କର୍ମ, ନ୍ୟାୟ ଓ ଅନୁଶାସନର ପ୍ରତୀକ। ଶନିଙ୍କ ପ୍ରଭାବରୁ ଏହି ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ହଠାତ୍‌ ବଦଳିଯାଏ। ଏମାନେ ସଫଳତାର ଉଚ୍ଚ ଶିଖରରେ ପହଞ୍ଚିଥାନ୍ତି । ବଡ ବଡ କାର୍ଯ୍ୟରେ ସଫଳତା ହାସଲ କରି ଥାନ୍ତି।

- Advertisement -

ମୂଲ୍ୟାଙ୍କ ୮ ବ୍ୟକ୍ତି ବିଶେଷ ପରିଶ୍ରମ ଓ କର୍ମ ଉପରେ ଅଧିକ ବିଶ୍ୱାସ କରି ଥାନ୍ତି । ଶନି ଦେବଙ୍କ କୃପାରୁ ଅତ୍ୟଧିକ ପରିଶ୍ରମୀ ହୋଇଥାନ୍ତି । ତରବରିଆ ଭାବେ କାର୍ଯ୍ୟ କରି ନଥାନ୍ତି । ଏମାନଙ୍କ ସ୍ୱଭାବ ଧୈର୍ଯ୍ୟ ଓ ଅନୁଶାସନର ହୋଇଥାଏ । କଠିନ ପରିସ୍ଥିତିରେ ମଧ୍ୟ ଏମାନେ ହାର୍‌ ମାନି ନଥାନ୍ତି । ସର୍ବଦା ସଫଳତା ପାଇଁ ନିଜର ଚେଷ୍ଟା ଜାରି ରଖି ଥାନ୍ତି।

ମୂଲ୍ୟାଙ୍କ ୮ର ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ସଫଳତାର ଗୋଟିଏ ପରେ ଗୋଟିଏ ସୁଯୋଗ ଆସିଥାଏ । ଏହି ମୂଲ୍ୟାଙ୍କର ବ୍ୟକ୍ତି ବିଶେଷ ସାଧାରଣତଃ ଇଞ୍ଜିନିୟରିଙ୍ଗ୍‌, ତେଲ, ପେଟ୍ରୋଲ କିମ୍ବା ଲୁହା ସହ ସମ୍ବନ୍ଧିତ ବ୍ୟବସାୟରେ ଅଧିକ ସଫଳତା ପାଇ ଥାନ୍ତି। ଏମାନଙ୍କ ପରିଶ୍ରମ, ସମର୍ପଣ ଓ ସଠିକ୍‌ ରାସ୍ତା ଚୟନ କାରଣରୁ ଭାଗ୍ୟରେ ହଠାତ୍‌ ହିଁ ପରିବର୍ତ୍ତନ ହୋଇଥାଏ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।

ମୂଲ୍ୟାଙ୍କ ୮ ବ୍ୟକ୍ତି ବିଶେଷ ଅନୁଶାସନ, ପରିଶ୍ରମ ଓ ଧୈର୍ଯ୍ୟ ହିଁ ଏମାନଙ୍କ ସଫଳତାର ରହସ୍ୟ । ଫଳରେ ଶନି ଦେବଙ୍କ ବିଶେଷ କୃପା ଏମାନଙ୍କ ଉପରେ ରହିଥାଏ । ଏମାନେ ଜୀବନରେ ବଡ ଲକ୍ଷ୍ୟ ହାସଲ କରି ଥାନ୍ତି ।

୩୦ ବର୍ଷ ପରେ.. ଶନିଙ୍କ ସମେତ ଏହି ଶକ୍ତିଶାଳୀ ଗ୍ରହ ଚଳନ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌..

ଦେଖନ୍ତୁ ଭିଡିଓ ; ନଦୀରେ ମଜାରେ ଗାଧୋଉଥିଲେ ଯୁବକ, ହାତରେ ଧରି ପକାଇଲେ କୁମ୍ଭୀର, ଆଉ ତା’ପରେ..

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories