www.samajalive.in
Saturday, December 13, 2025
26.1 C
Bhubaneswar

ପୂର୍ତ୍ତ ଯନ୍ତ୍ରୀଙ୍କ ଦୁର୍ବ୍ୟବହାରକୁ ନେଇ ସାମ୍ବାଦିକଙ୍କ ଧାରଣା

ପିପିଲି: ପୂର୍ତ୍ତ ବିଭାଗର ଜଣେ ଯନ୍ତ୍ରୀ ପିପିଲିର ବରିଷ୍ଠ ସାମ୍ବାଦିକ ରାଜକିଶୋର ସ୍ୱାଇଁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଏହାକୁ ନେଇ ସାମ୍ବାଦିକମାନେ ସ୍ଥାନୀୟ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୪ଘଣ୍ଟାକାଳ ଧାରଣାରେ ବସିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ଶନିବାର ଦିନ ଏ ନେଇ ପିପିଲି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସାହୁଙ୍କ ଉପସ୍ଥିତିରେ ସଂପୃକ୍ତ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ଘଟଣାର ସମାଧାନ କରାଯିବ ବୋଲି ନିଷ୍ପତ୍ତି ହେବା ପରେ ରାତି ୯ଟାରେ ଆନ୍ଦୋଳନ ସ୍ଥଗିତ ରହିଥିଲା ।

ସୂଚନା ଅନୁଯାୟୀ, ପିପିଲି-ଜଟଣୀ ରାଜ୍ୟ ରାଜପଥର ଦୁରାବସ୍ଥାକୁ ନେଇ ସାଧାରଣଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସଂପର୍କରେ ବାରମ୍ବାର ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଏହାର ଦୋହରୀକରଣ କାର୍ଯ୍ୟ ଚାଲୁରହିଛି। ଏହି ରାସ୍ତାର ହସନପୁର ଛକ ନିକଟରେ ରାଜପଥର ଗୋଟିଏ ପାଶ୍ୱର୍କୁ ଖୋଳି ଦିଆଯାଇଥିବା କାରଣରୁ ସେଠାରେ ଗୁରୁତର ଟ୍ରାଫିକ୍‍ସମସ୍ୟା ସୃଷ୍ଟି ହେଉଛି । ଏଥିଯୋଗୁ ସେଠାରେ ଦୈନିକ ଛୋଟମୋଟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଅପରାହ୍ନ ସମୟରେ ସେହି ସ୍ଥାନରେ ଗୋଟିଏ ହାଇୱା ଗାଡି ଓ ଏକ କାର୍‍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏକ ବଡ ଧରଣର ଦୁର୍ଘଟଣା ଅଳ୍ପକେ ଏଡାଇ ହୋଇଯାଇଥିଲା । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଏ ସଂପର୍କରେ ସାମ୍ବାଦିକ ରାଜକିଶୋର ସ୍ୱାଇଁ ଜନୈକ ବିଭାଗୀୟ ଯନ୍ତ୍ରୀଙ୍କୁ ରାସ୍ତାକାମ ସଂପର୍କିତ ପ୍ରତିକ୍ରିୟା ନେବା ପାଇଁ ଫୋନ୍‍ ଯୋଗେ ପଚାରିଥିଲେ । ତେବେ ସଂପୃକ୍ତ ଯନ୍ତ୍ରୀ ତାଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିବା ନେଇ ସ୍ୱାଇଁ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସ୍ୱାଇଁ ସ୍ଥାନୀୟ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅପରାହ୍ନ ୫ଟାରେ ଧାରଣାରେ ବସିଥିଲେ। ସ୍ଥାନୀୟ ଅଞ୍ଚଳର ୩୦ରୁ ଅଧିକ କାର୍ଯ୍ୟରତ ସାମ୍ବାଦିକଙ୍କ ସମେତ ଆଇନଜୀବୀ ଓ ବରିଷ୍ଠ ନାଗରିକମାନେ ସାମ୍ବାଦିକ ସ୍ୱାଇଁଙ୍କୁ ସମର୍ଥନ କରି ତାଙ୍କ ସହ ଧାରଣାରେ ବସିଥିଲେ। ଖବରପାଇ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ୱାଇଁଙ୍କ ସମେତ ଆନ୍ଦୋଳନରତ ସାମ୍ବାଦିକଙ୍କ ସହ ଆଲୋଚନା କରିବା ପରେ ଧାରଣାକୁ ଶନିବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ଏସଂପର୍କରେ ସଂପୃକ୍ତ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories