www.samajalive.in
Saturday, December 13, 2025
21.1 C
Bhubaneswar

ଦେଶରେ ପ୍ରଥମ ; ପୋଷା ବିଲେଇଠାରେ ବାର୍ଡ ଫ୍ଲୁ ଚିହ୍ନଟ, ବୈଜ୍ଞାନିକ ଦେଲେ ସତର୍କ ସୂଚନା..

ପୁଣେ : ଦେଶରେ ପ୍ରଥମଥର ପାଇଁ ପୋଷା ବିରାଡିଙ୍କଠାରେ ବାର୍ଡ ଫ୍ଲୁ (ଏଚ୫ଏନ୍‌୧)ର ପ୍ରଥମ ମାମଲା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ଏହି ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି । କାରଣ ଏହି ଭୂତାଣୁ ମନୁଷ୍ୟଙ୍କୁ ମଧ୍ୟ ସଂକ୍ରମିତ ହୋଇ ପାରେ । ବୈଜ୍ଞାନିକଙ୍କ ମତାନୁସାରେ ଏଚ୫ଏନ୍‌୧ ସାଧାରଣତଃ ପକ୍ଷୀମାନଙ୍କଠାରେ ଦେଖାଯାଉଥିବା ଏକ ଭୂତାଣୁ । ମାତ୍ର କିଛି ପରିବର୍ତ୍ତନକାରଣରୁ ଏହା ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ଏହି ପରିବର୍ତ୍ତନ ହିଁ ବର୍ତ୍ତମାନ ଚିନ୍ତାର କାରଣ। ଏହି ଭୂତାଣୁ ମହାମାରୀ ସୃଷ୍ଟି କରି ପାରେ । ଏହା କୋଭିଡ୍‌ ମହାମାରୀ ଭଳି ବୋଲି କୁହାଯାଉଛି।

ସୂଚନାନୁଯାୟୀ, ଆଇସିଏଆର୍‌-ଏନ୍‌ଆଇଏଚଏସଏଡି ଓ କେନ୍ଦ୍ର ସରକାରଙ୍କ ପଶୁପାଳନ ବିଭାଗର ବୈଜ୍ଞାନିକମାନେ ଜାନୁଆରୀରେ ଛିନ୍ଦୱାଡାରେ ଏହି ମାମଲା ବିଷୟରେ ଜାଣିବାକୁ ପାଇଥିଲେ । ଛିନ୍ଦୱାଡା ନାଗପୁର ନିକଟରେ ରହିଛି । ଯେଉଁଠାରେ ଗତବର୍ଷ ଡିସେମ୍ବରରେ ଅନେକ ବିଲେଇଙ୍କର ବାର୍ଡ ଫ୍ଲୁରେ ମୃତ୍ୟୁ ହୋଇଥିଲା । ବୈଜ୍ଞାନିକଙ୍କ ଏକ ଟିମ୍‌ ଜାଣିବାକୁ ଯାଇଥିଲା ଯେଉଁ ଭୂତାଣୁ କାରଣରୁ ବିଲେଇଙ୍କର ମୃତ୍ୟୁ ହୋଇଥିଲା, ତାହା ଏଚ୫ଏନ୍‌୧ର ଏକ ପ୍ରକରଣ ଯାହା ସମଗ୍ର ଦେଶରେ କୁକୁଡାମାନଙ୍କ ଠାରେ ବ୍ୟାପୁଛି ।

ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ ; କେମିତି ଶିବ ମନ୍ଦିର ସାମ୍ନାରେ ମୁଣ୍ଡ ନୁଆଁଇ ରହିଛି ଷଣ୍ଢ..

- Advertisement -

ଅଧ୍ୟୟନରେ କୁହାଯାଇଛି ଏହା ପ୍ରଥମ ଘଟଣା ଯେଉଁଥିରେ ଭାରତରେ ପୋଷା ବିଲେଇଙ୍କ ଠାରେ ଏହି ବିଶେଷ ପ୍ରକାରର ଭୂତାଣୁର ସଂକ୍ରମଣ ଦେଖାଯାଇଛି। ଅଧ୍ୟୟନରୁ ଜଣାପଡିଛି ସଂକ୍ରମିତ ବିଲେଇଙ୍କୁ ଜୋର୍‌ରେ ଜ୍ୱର, ଭୋକ ନହେବା, ଥକ୍କାପଣ ଭଳି ଲକ୍ଷଣ ଦେଖାଯାଇଛି । ନମୁନା ନେବାର ଗୋଟିଏରୁ ୩ ଦିନ ମଧ୍ୟରେ ଏହି ବିଲେଇଙ୍କ ମୃତ୍ୟୁ ହୋଇଯାଇଥିଲା । ବିଲେଇଙ୍କ ନିକଟରେ ଚିହ୍ନଟ ହୋଇଥିବା ଭୂତାଣୁରେ ୨୭ ପରିବର୍ତ୍ତନ ଦେଖାଯାଇଥିଲା । ଏଥିରୁ ଗୋଟିଏ ପରିବର୍ତ୍ତନ ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବା ଓ ଗମ୍ଭୀର ରୋଗ ସୃଷ୍ଟି କରିବା ସହ ଜଡିତ । ଏହା ଚିନ୍ତା ବଢାଇ ଦେଇଛି ଯେ, ଏହି ଭୂତାଣୁ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରିପାରେ।

ମାର୍ଚ୍ଚରେ ଶୁକ୍ର ହେବେ ଅସ୍ତ ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ବଢିବ ଦରମା..

ଯେହେତୁ ଏହି ଭୂତାଣୁ ଗୋଟିଏ ପ୍ରଜାତିରୁ ଅନ୍ୟ ପ୍ରଜାତିକୁ ବ୍ୟାପିବାର ସମ୍ଭାବନା ରହୁଛି, ବୈଜ୍ଞାନିକ ପୋଷା କୁକୁଡ଼ା, ଜଙ୍ଗଲୀ ପକ୍ଷୀ, ସ୍ତନ୍ୟପାୟୀ ପୋଷା ପଶୁପକ୍ଷୀଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ମନୁଷ୍ୟଙ୍କ ଠାରୁ ମନୁଷ୍ୟକୁ ଏହି ଭୂତାଣୁ ସହଜରେ ବ୍ୟାପିବାର ସମ୍ଭାବନା ରହିଛି। ଭୂତାଣୁରେ ହେଉଥିବା ପରିବର୍ତ୍ତନ କାରଣରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ନଚେତ୍‌ ପୁଣି ଏକ ମହମାରୀର ଏହା ସଙ୍କେତ ବୋଲି କୁହାଯାଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories