www.samajalive.in
Saturday, December 6, 2025
19.1 C
Bhubaneswar

ଡାକଘର ବନ୍ଦ ପାଇଁ ଜନ ଅସନ୍ତୋଷ

ବଡ଼ସାହି : କର୍ମଚାରୀ ଅଭାବରୁ ମଙ୍ଗଳବାର ବଡ଼ସାହି ମୁଖ୍ୟ ଡାକଘର ସେବା ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି। ସ୍ୱାସ୍ଥ୍ୟଗତ କାରଣରୁ ପୋଷ୍ଟ ମାଷ୍ଟର ସତ୍ୟ ମହାନ୍ତ ଛୁଟିରେ ଥିବାରୁ ଏପରି ଅବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ଡାକଘରେ କେବଳ ଜଣେ କର୍ମଚାରୀ ଥିବାରୁ ଏଭଳି ପରିସ୍ଥିତ ଉପୁଜିଥିଲା। ଖବରପାଇ ବାରିପଦାରୁ ପୋଷ୍ଟ ମାଷ୍ଟର ସଞ୍ଜିବ କୁମାର ସେଠୀ ବଡ଼ସାହି ଠାରେ ପହଞ୍ଚି ଅପରାହ୍ନରେ ଅଫିସ କାର୍ଯ୍ୟ ତୁଲାଇଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି। କେନ୍ଦ୍ର ସରକାରଙ୍କ ସଂସ୍ଥାରେ କର୍ମଚାରୀ ଅଭାବ ପାଇଁ ପ୍ରତିଦିନ ନେଣଦେଣ କାର୍ଯ୍ୟ ହୋଇପାରୁନାହିଁ। ଉଚ୍ଚ କତ୍ତୃର୍ପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ଯୁବକଂଗ୍ରେସ ନେତା ଶଶାଙ୍କ ଶେଖର କର ଦାବି କରିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories