www.samajalive.in
Tuesday, December 9, 2025
26.1 C
Bhubaneswar

ଖସିଲା ପ୍ରେମ ନିଶା, ରସିକିଆ ଆଇଆଇସି ତପନ ନାହାକ ନିଲମ୍ବିତ

ଡେସ୍କ: ପୁଲିସକୁ ପ୍ରେମ କଲା ପୁଲିସ, ପୁଣି ପୁଲିସକୁ ବାନ୍ଧିଲା ପୁଲିସ ଆଉ ଆଜି ପୁଲିସକୁ ନିଲମ୍ବନ କଲା ପୁଲିସ। ଘଟଣା ଘଟିଛି ଜଗତସିଂହପୁରରେ। କୁଜଙ୍ଗ ଥାନାରେ ଚାଲିଥିଲା ଆଇଆଇସି ଓ ହୋମଗାର୍ଡଙ୍କ ପ୍ରେମଲୀଳା। ହେଲେ ଅଧିକ ଦିନ ଲୁଚି ରହିପାରିଲାନି। ୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ତପନ ନାହାକ ଜଣଙ୍କ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ତେବେ ପୀଡିତା ହୋମଗାର୍ଡ ଜଣଙ୍କ ସଦର ଥାନାରେ ଏତଲା ଦେବା ପରେ ସମ୍ପୃକ୍ତ ଆଇଆଇସି ଜଣଙ୍କ ଲୁଚି ବାହାରକୁ ପଳାଇଯାଇଥିଲେ।

ପରେ ପୁଲିସ ତାଙ୍କୁ ଧରିବା ପାଇଁ ବିଭିନ ସ୍ଥାନରେ ଚଢ଼ାଉ କରିବା ପରେ ତାଙ୍କୁ ଗତକାଲି ଖୋର୍ଦ୍ଧା ନିକଟରୁ ଧରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପଚରାଉଚୁରା କରିଥିଲା। ତେବେ ପୀଡିତା ହୋମଗାର୍ଡ ଡାକ୍ତରୀ ମାଇନା ପାଇଁ ମନା କରୁଥିବାରୁ, ତଦନ୍ତ କାର୍ଯ୍ୟ ସେତେଟା ଆଗେଇ ପାରୁନଥିଲା ବୋଲି କୁହାଯାଉଥିଲା। ଅନ୍ୟପକ୍ଷରେ ଏହି ଘଟଣା ପୁଲିସ ମହକୁମାରେ ଘଟିଥିବାରୁ ବୁଝାମଣା ଜରିଆରେ ସମାଧାନ ପାଇଁ କଲି ରାତି ତମାମ ଉଦ୍ୟମ ଚାଲିଥିଲା। କିନ୍ତୁ ଆପୋଷ ବୁଝାମଣା ନ ହୋଇପାରିବାରୁ ଆଜି କୁଜଙ୍ଗର ପୂର୍ବତନ ଆଇଆଇସିଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।

- Advertisement -

ପୁଲିସ ଡିଜି ତାଙ୍କୁ ନିଲମ୍ବିତ କରିଥିବା ବେଳେ ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୂର୍ବରୁ ତପନ ଯେଉଁ ସବୁ ଥାନାରେ କାର୍ଯ୍ୟ କରିଛନ୍ତି, ସେଠାରେ ମଧ୍ୟ ଅନୈତିକ କାର୍ଯ୍ୟ ପାଇଁ ବିବାଦରେ ରହିଥିଲେ।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories