www.samajalive.in
Thursday, December 11, 2025
26.1 C
Bhubaneswar

କେଜ୍ରିଓ୍ବାଲ ଯିବେ ରାଜ୍ୟସଭା ! ସାଂସଦ ସଞ୍ଜୀବ ଅରୋରା ଲୁଧିଆନା ଓ୍ବେଷ୍ଟରୁ ଆପ୍‌ ପ୍ରାର୍ଥୀ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ପରାଜୟ ପରେ ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଥିଲା। ଏବେ ବି​‌ଶେଷ​‌ ସୂତ୍ରରୁ ଖବର ଆସିଛି ଯେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ସଞ୍ଜୀବ ଆରୋରା ରାଜ୍ୟସଭା ଆସନ ଛାଡ଼ି ପାରନ୍ତି। କୁହାଯାଉଛି ଯେ, ସଞ୍ଜୀବ ଆରୋରାଙ୍କ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭା ଯାଇପାରନ୍ତି। ଏହିପରି ଭାବେ କେଜ୍ରିୱାଲ ପଞ୍ଜାବରୁ ରାଜ୍ୟସଭା ଯିବା ନିଶ୍ଚିତ ବୋଲି କୁହାଯାଉଛି। ଅପରପକ୍ଷେ, ସଞ୍ଜୀବ ଆରୋରା ଲୁଧିଆନା ଓ୍ବେଷ୍ଟରୁ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ହେବେ।

ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଜିତିପାରି ନାହାନ୍ତି। କେଜ୍ରିୱାଲଙ୍କ ପରାଜୟ ସହ ଆପ୍‌ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହୋଇଛି। ଗଣମାଧ୍ୟମରେ କେଜ୍ରିୱାଲଙ୍କ ରାଜନୈତିକ ଯାତ୍ରାକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଛି। ଇତି ମଧ୍ୟରେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ସିଂହ ବାଜୱା ଦାବି କରିଥିଲେ ଯେ, କେଜ୍ରିୱାଲ ପଞ୍ଜାବ ବାଟ ଦେଇ ରାଜ୍ୟସଭା ଯାଇପାରନ୍ତି।

- Advertisement -

ଲୁଧିଆନା ପଶ୍ଚିମ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରାଙ୍କୁ ପ୍ରାର୍ଥୀ କରିଛି। ଏହି ଆସନ ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଛି। ​​ସଞ୍ଜୀବ ଆରୋରାଙ୍କୁ ବିଧାନସଭା ନିର୍ବାଚନ ମଇଦାନକୁ ଆଣିବା ପରେ ପଞ୍ଜାବରେ ଗୋଟିଏ ରାଜ୍ୟସଭା ଆସନ ଖାଲି ହୋଇଯିବ। ତେଣୁ ସଞ୍ଜୀବ ଆରୋରାଙ୍କ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭାକୁ ଯାଇପାରନ୍ତି।

 

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories