www.samajalive.in
Sunday, December 14, 2025
26.1 C
Bhubaneswar

ବାଲାଜୀ ସରକାର କର୍କଟ ଡାକ୍ତରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବାବେଳେ ଛତରପୁରସ୍ଥିତ ବାଗେଶ୍ଵର ଧାମରେ ବାଲାଜୀ ସରକାର କର୍କଟ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଉଦବୋଧନ ଦେଇଥିଲେ। ସେ କହିଥିଲେ, ବହୁତ କମ ଦିନରେ ସେ ୨ୟ ଥର ପାଇଁ ବୀରଙ୍କ ମାଟିରେ ପାଦ ରଖିବାର ସୌଭାଗ୍ୟ ମିଳିଲା। ଏଥର ବାଲାଜୀଙ୍କ ଡାକରା ଆସିଥିଲା। ଆସ୍ଥାର ଏହି କେନ୍ଦ୍ର ଏବେ ଆରୋଗ୍ୟର କେନ୍ଦ୍ର ହେବାକୁ ଯାଉଛି। ସେ ଏହି ପୂଣ୍ୟ କାର୍ଯ୍ୟ ପାଇଁ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଆଜିକାଲି ଦେଖିବାକୁ ମିଳୁଛି ଯେ ନେତାମାନଙ୍କର ଗୋଟିଏ ବର୍ଗ ଧର୍ମର ମଜାକ ଉଡ଼ାଉଛନ୍ତି ଏବଂ ଏଥିରେ ବିଦେଶୀ ଶକ୍ତି ବି ସାମିଲ ରହିଛି। ଗୁଲାମୀର ମାନସିକତାରେ ବନ୍ଦୀ ହୋଇରହିଥିବା ଲୋକ ସନାତନ ସଂସ୍କୃତି ଏବଂ ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି। ପରମ୍ପରା ଏବଂ ପ୍ରଥାକୁ ଗାଳି ଦେଉଛନ୍ତି। ସଂସ୍କୃତି ଉପରେ ଆବର୍ଜନା ପକାଉଛନ୍ତି। ପରମ୍ପରାକୁ ଭାଙ୍ଗିବା ହିଁ ଏମାନଙ୍କ ଏଜେଣ୍ଡା। ଏହି ପରିବେଶରେ ମୋର ସାନ ଭାଇ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏକତାର ମନ୍ତ୍ର ନେଇ ଲୋକଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ଏବେ ସେ ସମାଜ ଏବଂ ମାନବତାର ହିତରେ ଆଉ ଏକ ସଙ୍କଳ୍ପ ନେଇଛନ୍ତି। ସେ ଏହି କର୍କଟ ଡାକ୍ତରଖାନା ନିର୍ମାଣ କରିବା ଯୋଜନା କରିଛନ୍ତି। ଅର୍ଥାତ ଏବେ ଏଠାରେ ବାଗେଶ୍ଵର ଧାମରେ ଆପଣମାନଙ୍କୁ ଭଜନ, ଭୋଜନ ଏବଂ ସୁସ୍ଥ ଜୀବନର ଆଶୀର୍ବାଦ ମିଳିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories