www.samajalive.in
Sunday, December 14, 2025
26.1 C
Bhubaneswar

ଅର୍ଦ୍ଧନିର୍ମିତ ହୋଇ ପଡ଼ି ରହିଛି ଅଙ୍ଗନବାଡ଼ି କେନ୍ଦ୍ର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ସାନ ଘୋଡ଼ାଘାଟି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଅର୍ଦ୍ଧନିର୍ମିତ ହୋଇ ପଡ଼ି ରହିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୨୨/୨୦୨୩ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବ୍ୟୟରେ ଅଙ୍ଗବାଡ଼ି କେନ୍ଦ୍ରର କାମ ତିନି ବର୍ଷ ହେଲା ଆରମ୍ଭ ହୋଇଛି। କିନ୍ତୁ ଶେଷ ହୋଇ ନ ପାରି ଅଧା ଖଣ୍ଡିଆ ବା ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଛି। ଏହି କେନ୍ଦ୍ର ଉପରେ ପ୍ରଶାସନର ଦୁଷ୍ଟି ପଡୁନାହିଁ କି କେହି ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। କୁନି କୁନି ପିଲାମାନଙ୍କ ପାଇଁ ହୋଇଥିବା ଅଙ୍ଗବାଡ଼ି କେନ୍ଦ୍ର ଅଧା ଖଣ୍ଡିଆ ହୋଇ ରହିଥିବାରୁ ଗ୍ରାମରେ ଥିବା ମଣ୍ଡପ ଉପରେ କିମ୍ବା କାହା ଘର ବାରଣ୍ଡାରେ ପିଲା ପାଠ ପଢୁଛନ୍ତି। ବର୍ଷା, ଖରା ହେଲେ ଘରକୁ ଫେରି ଯାଉଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ପିଲାଙ୍କ ପ୍ରାକ୍ ଶିକ୍ଷା ସମେତ ବିଭିନ୍ନ ଶିକ୍ଷା ଓ ଗର୍ଭବତୀଙ୍କ ଓଜନ କରାଯାଉଛି।

ଏଥିପ୍ରତି ସରକାର ଦୃଷ୍ଟି ଦେଇ ଏହି ଅଙ୍ଗବାଡ଼ି କେନ୍ଦ୍ର କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କାମ କରିବା ପାଇଁ ଗ୍ରାମର ଜାନୁ କୁଲସିକା, ଶଶି କୁଲଶିକା, ସଞ୍ଜୟ ହୁଇକା, ଆସି କୁଲସିକା ସରକାରଙ୍କ ପାଖରେ ଗୁହାରୀ କରିଛନ୍ତି। ଏ ବିଷୟରେ କଲ୍ୟାଣସିଂହପୁର ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ ପଚାରିବାରୁ ଅଳ୍ପ ଦିନ ଭିତରେ ଫଣ୍ଡ ଆସିବାର ଅଛି, ଆସିଲେ କାମ ହୋଇଯିବ ବୋଲି କହିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories