www.samajalive.in
Sunday, December 14, 2025
23.1 C
Bhubaneswar

ଭିଜିଲାନ୍ସ ଜାଲରେ ସହକାରୀ କୃଷି ଅଧିକାରୀ ଓ ବିଟିଏମ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ସହକାରୀ କୃଷି ଅଧିକାରୀ ଏବଂ ବ୍ଲକ ଟେକ୍ନୋଲୋଜି ମ୍ୟାନେଜର(ବିଟିଏମ)। ଜଣେ ହିତାଧିକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ସହକାରୀ କୃଷି ଅଧିକାରୀ ନୀଳକଣ୍ଡ ପରିଡ଼ା ଏବଂ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ରସିଂହ ବୁନ୍ଦେଲାଙ୍କୁ ଧରିଛନ୍ତି। ଜଳନିଧି ଯୋଜନାରେ ଏକ ନଳକୂପ ବସାଇବା ଲାଗି ହିତାଧିକାରୀଙ୍କୁ ସବସିଡି ପ୍ରଦାନ ଲାଗି ୫ ହଜାର ଟଙ୍କା ଲାଞ୍ଚ ଦାବି କରାଯାଇଥିଲା। ଏ ନେଇ ହିତାଧିକାରୀ ଜଣକ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ତଦନୁଯାୟୀ ଯୋଜନା ମୁତାବକ ରବିବାର ଉଭୟ ଅଧିକାରୀମାନେ ହିତାଧିକାରୀଙ୍କଠାରୁ ଲାଞ୍ଚ ଅର୍ଥ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଥିଲେ। ସେମାନଙ୍କଠାରୁ ଲାଞ୍ଚ ବାବଦ ଅର୍ଥକୁ ଜବତ କରାଯାଇଛି। ଏହା ପରେ ଟିମ୍‌ ପକ୍ଷରୁ ଉଭୟ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଛି। ନୀଳକଣ୍ଠଙ୍କ ୩ଟି ସ୍ଥାନ ଏବଂ ସୁରେନ୍ଦ୍ରଙ୍କ ୨ଟି ସ୍ଥାନରେ ଅଧିକାରୀମାନେ ଖୋଳତାଡ଼ କରିଛନ୍ତି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories