Patra electronics

ସିମ୍‌ ନମ୍ବର ହେବ ୧୩ ଟିକିଆ !

0

ନୂଆଦିଲ୍ଲୀ: ଏଣିକି ସିମ୍‌ ନମ୍ବର ୧୦ ବଦଳରେ ୧୩ଟିକିଆ ହେବା ନେଇ ଟେଲିକମ ମନ୍ତ୍ରାଳାୟ ନିର୍ଦେଶ ଜାରି କରିଛି। ଅପରପକ୍ଷରେ ଆପଣଙ୍କ ମହଜୁଦ ମୋବାଇଲ ନମ୍ବର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଟେଲିକମ ମନ୍ତ୍ରାଳାୟ ନିର୍ଦେଶ ମୁତାବକ, ୧ ଜୁଲାଇରୁ ସମସ୍ତ ଟେଲିକମ କମ୍ପାନୀ ୧୦ ବଦଳରେ ୧୩ ନମ୍ବର ବିଶିଷ୍ଟ ଏମ୍‌୨ଏମ୍‌ ସିମ୍‌ କାର୍ଡ ଜାରି କରିବେ।

କେବଳ ବ୍ୟବସାୟ ପ୍ରତିଷ୍ଠାନ ବ୍ୟବହାର କରୁଥିବା ପିଓଏସ୍‌ , ସ୍ମାର୍ଟ ମାର୍କେଟିଂ, ଆସେଟ୍‌ ଟ୍ରାକିଂସ, ଇକ୍ୟୁପମେଣ୍ଟ ମନିଟରିଂ ଓ ଟ୍ରାଫିକ୍‌ ମ୍ୟାନେଜମେଣ୍ଟରେ ଏମ୍‌ଟୁଏମ୍‌ ସିମ୍‌ କାର୍ଡ ବ୍ୟବହାର କରାଯାଉଛି ।ମାତ୍ର ମୋବାଇଲ୍‌ ଉପଭୋକ୍ତାଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ । ମୋବାଇଲ ଉପଭୋକ୍ତା ୧୦ ସଂଖ୍ୟା ବିଶିଷ୍ଟ ସିମ୍‌ ବ୍ୟବହାର କରିବେ ।

Leave A Reply