ରାଜ୍ୟ ସରକାରଙ୍କ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କଲେ ହାଇକୋର୍ଟ

0

କଲକାତା : କଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ଜେରା କରିବା ଲାଗି ସିବିଆଇର ପ୍ରୟାସକୁ ବିରୋଧ କରି ପଶ୍ଚିମବଙ୍ଗ ସରକାର କଲକାତା ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି। ପିଟିସନକୁ କେନ୍ଦ୍ର ସରକାରଙ୍କ ବିରୋଧ ପରେ ହାଇକୋର୍ଟ ଏହାକୁ ଜରୁରୀ ଶୁଣାଣି କରିବାକୁ ମନା କରିଛନ୍ତି। ବିଚାରପତି ଶିବକାନ୍ତ ପ୍ରସାଦ ମାମଲାକୁ ମଙ୍ଗଳବାର ଶୁଣାଣି ଲାଗି ତାଲିକାଭୁକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ କିଶୋର ଦତ୍ତ କହିଛନ୍ତି ଯେ ରାଜ୍ୟ ପୁଲିସକୁ ନୋଟିସ ଜାରି କରିବା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହା ସତ୍ତ୍ବେ ସିବିଆଇ ପୁଲିସ କମିସନରଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା।

Leave A Reply