www.samajalive.in
Saturday, December 13, 2025
26.1 C
Bhubaneswar

ଯଦି ତାରାଙ୍କ କଥା ସତ, ତାହେଲେ…

ଡେସ୍କ: କିଟ ବିଶ୍ୱବିଦ୍ୟାଳୟରେ ଚାକିରୀ କରୁଛନ୍ତି ଅନେକ ଆଇଏଏସ ଓ ଆଇପିଏସଙ୍କ ପତ୍ନୀ। ଏଭଳି ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ବିଧାନସଭାରେ ଆଜି କିଟ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିବା ଓ ଏହା ପରବର୍ତ୍ତୀ ଉତ୍ତେଜନାମୂଳକ ପରିସ୍ଥିତି ନେଇ ବିତର୍କ ଚାଲିଥିବା ବେଳେ ଏଭଳି ବୟାନ ଦେଇଛନ୍ତି ତାରା ପ୍ରସାଦ ବାହିନୀପତି।

ତେବେ ଯଦି ଏହା ସତ୍ୟ ହୋଇଥାଏ, ତଦନ୍ତର ଦିଗ କୁଆଡେ ହେବ, ସେ ନେଇ ପୁଣି ପ୍ରଶ୍ନବାଚୀ। ଅନେକ ସମୟରେ ଭୁବନେଶ୍ୱରରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ବର୍ଷ ବର୍ଷ ଧରି ଆଇଏଏସ ଓ ଆଇପିଏସ ମାନଙ୍କ ସହଧର୍ମିଣୀ ମାନେ କାର୍ଯ୍ୟ କରିବା ଓ ସେମାନଙ୍କ ବଦଳି ନ ହେବା ନେଇ ଚର୍ଚ୍ଚା ଧରିଛି ଓ କିଛି ଦିନ ପରେ ତାହା ପ୍ରଶମିତ ହୋଇଛି କିନ୍ତୁ ଆଜି ତାରା ଦେଇଥିବା ବୟାନ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି।

- Advertisement -

ସାଧାରଣରେ ଓ ଗଣମାଧ୍ୟମରେ ଯେଉଁ ଆଲୋଚନା ହେଉଛି ଯେ କିଟ ବିଶ୍ୱବିଦ୍ୟାଳୟର କୌଣସି କଥା ବାହାରକୁ ଆସେନାହିଁ, ତାହା କଣ ସତ୍ୟ। ଯଦି ହଁ, ତାହେଲେ କାହିଁକି ଓ କେମିତି ସମ୍ଭବ। କିଟ ବିଶ୍ୱବିଦ୍ୟାଳୟରେ ଘଟୁଥିବା ଘଟଣାଗୁଡିକୁ ଚାପି ଦେବାରେ ତଥାକଥିତ ଆଇଏଏସ ଓ ଆଇପିଏସ ପତ୍ନୀମାନଙ୍କ ହାତ ନାହିଁ ତ? ଅନେକ ସମୟରେ କିଟ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଆଇଏଏସ ଓ ଆଇପିଏସ ମାନେ ଯୋଗ ଦେଇଥାନ୍ତି କିନ୍ତୁ ତାରାଙ୍କ ବୟାନକୁ ତର୍ଜମା କଲେ ଯାହା ଜଣାପଡୁଛି, କିଛି ଆଇଏଏସ ଓ ଆଇପିଏସ ମଧ୍ୟ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରୁ ଅନୁକମ୍ପା ହାସଲ କରୁଛନ୍ତି।

ଛାତ୍ରୀ ମୃତ୍ୟୁ ଘଟଣାକୁ ଯଦି ତର୍ଜମା କରାଯାଏ ତେବେ ଏକଥା ସହଜରେ ଅନୁମେୟ ଯେ କେଉଁଠି ନା କେଉଁଠି କିଟ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଘଟଣାର ପରବର୍ତ୍ତୀ ସ୍ଥିତି ସଠିକ ଭାବେ ଆକଳନ କରିପାରିଲେ ନାହିଁ , ତେଣୁ ଅନଭିଜ୍ଞ ପଦକ୍ଷେପ ଗ୍ରହଣ କଲେ ଯାହା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା। କିନ୍ତୁ ରାଜ୍ୟ ସରକାର ମଧ୍ୟ ଘଟଣାକୁ ସେତେଟା ଗୁରୁତ୍ୱ ଦେଇ ନ ଥିବା ଜଣାପଡୁଛି। ଘଟଣା ଘଟିବାର ୧୨ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ କିମ୍ବା ସୂଚନା ମଧ୍ୟ ଦେଇ ନ ଥିଲେ।

ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିବା, ମୃତଦେହ ଉଦ୍ଧାର ହେବା, ହସ୍ପିଟାଲ ନେବା, ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା, ବିଶ୍ୱବିଦ୍ୟାଳୟ ସାଇନ ଏ ଡାଏ ଘୋଷଣା ହେବା ଓ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ଛାଡିବାକୁ କହିବା ପର୍ଯ୍ୟନ୍ତ, ଯେଉଁ ସବୁ ଘଟଣା ଘଟିଲା, ସେ ପର୍ଯ୍ୟନ୍ତ ରାଜ୍ୟ ସରକାର ଚୁପ ରହିଥିଲେ। ନେପାଳ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ଭାରତରେ ଥିବା ନେପାଳ ଦୂତାବାସ ସକ୍ରିୟ ହୋଇଥିଲା ଏବଂ ପରେ ରାଜ୍ୟ ସରକାର ଘଟଣାରେ ହସ୍ତକ୍ଷେପ କରିବା ଲାଗି ଉଦ୍ୟମ କରିଥିଲେ।

ତେବେ ଗତକାଲି ଠାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଥ୍ୟ ଅନୁସନ୍ଧାନକାରୀ କମିଟି ଖୋଳତାଡ଼ ଆରମ୍ଭ କରିବା ପରେ ତାରାପ୍ରସାଦଙ୍କ ବକ୍ତବ୍ୟ କିଛିଟା ଅଲଗା ଆଡକୁ ଇଙ୍ଗିତ କରୁଛି। ଯଦି ଆଇଏଏସ ଓ ଆଇପିଏସଙ୍କ ପତ୍ନୀ ମାନେ ସେଠାରେ କାର୍ଯ୍ୟ କରୁଛନ୍ତି, ତାହେଲେ ତଦନ୍ତ ସଠିକ ଦିଗରେ ଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories