www.samajalive.in
Sunday, December 14, 2025
26.1 C
Bhubaneswar

ପାନାମା ହୋଟେଲରେ ଫସିଥିବା ୩୦୦ ଲୋକଙ୍କ ମଧ୍ୟରେ ଅଧିକାଂଶ ଭାରତ-ନେପାଳ ଆଦି ଦେଶର, ଝରକା ବାଟେ ମାଗୁଛନ୍ତି ସାହାଯ୍ୟ

ପାନାମା ସିଟି: ଆମେରିକାରୁ ନିର୍ବାସନ ଓ ଘରେ ପହଞ୍ଚିବାରେ ଅସମର୍ଥ ସହ ନାନା ସମସ୍ୟା ଦେଇ ଗତି କରୁଥିବା ୩୦୦ ଲୋକ ପାନାମାର ଏକ ହୋଟେଲରେ ଫସି ରହିଛନ୍ତି। ଏହି ୩୦୦ ଲୋକଙ୍କ ମଧ୍ୟରେ ସବୁଠୁ ଅଧିକ ସଂଖ୍ୟକ ଭାରତ ଓ ନେପାଳ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଚୀନ୍‌ର ନାଗରିକ ରହିଛନ୍ତି। ସେମାନଙ୍କ ଫେରିବା ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେମାନେ ସମସ୍ତେ ସେଠାରେ ରହିବେ। ଏଥିସହ ସେମାନଙ୍କୁ ହୋଟେଲ ବାହାରକୁ ଯିବାକୁ ଅନୁମତି ନାହିଁ। ସୂଚନା ଅନୁସାରେ, ୪୦%ରୁ ଅଧିକ ପ୍ରବାସୀ ନିଜ ଦେଶକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି।

ହୋଟେଲରେ ସମସ୍ତ ପ୍ରବାସୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି। ହୋଟେଲରେ ଫସି ରହିଥିବା ଲୋକମାନେ ଝରକା ବାଟେ ବାର୍ତ୍ତା ଲେଖି ସାହାଯ୍ୟ ମାଗିଛନ୍ତି। ପାନାମାର ହୋଟେଲରୁ ଅନେକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକମାନେ ହାତରେ ସାଧା କାଗଜରେ ‘ସାହାଯ୍ୟ କରନ୍ତୁ ଏବଂ ଆମେ ଆମ ଦେଶରେ ସୁରକ୍ଷିତ ନୁହେଁ’ ଲେଖି ଠିଆ ହୋଇଛନ୍ତି।

- Advertisement -

ସୂଚନା ମୁତାବକ, ସମସ୍ତ ପ୍ରବାସୀ ୧୦ ଟି ଏସୀୟ ଦେଶରୁ ଆସିଛନ୍ତି, ଯେଉଁଥିରେ ଇରାନ, ଭାରତ, ନେପାଳ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଚୀନ୍‌ର ଲୋକ ଅଛନ୍ତି। ଏହି ଦେଶମାନଙ୍କୁ ସିଧାସଳଖ ନିର୍ବାସନ କରିବା ଆମେରିକା ପାଇଁ କଷ୍ଟସାଧ୍ୟ, ତେଣୁ ପାନାମାକୁ ଏକ ରହଣି ସ୍ଥାନ ଭାବେ ବ୍ୟବହାର କରାଯାଉଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories