ଗ୍ୟାରେଜ୍‌ ଘରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର : ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଗ୍ୟାରେଜ୍ ଘରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ତୁମୁସିଙ୍ଗା ଗାଁ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଭାତୀ ଦେହୁରୀ ବୋଲି ଜଣାପଡିଛି। ସୂଚନା ଅନୁସାରେ ପ୍ରଭାତୀ ସବୁ ଦିନ ପରି ଗତକାଲି ସ୍କୁଲରୁ ଆସି ଘରେ ଖାଇ ପିଇ ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲେ। ଆଜି ସକାଳୁ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡାକିଥିଲେ। ହେଲେ ବୋହୂ ଘରେ ନଥିବା କହିଥିଲେ ଶ୍ଵଶୂର । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପରେ ଗ୍ୟାରେଜ ଘରୁ ସନ୍ଦେହଜନକ ଭାବେ ପ୍ରଭାତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ପ୍ରଭାତୀଙ୍କ ଶଶ୍ୱର ତୁମୁସିଙ୍ଗା ଥାନାରେ ଖବର ଦେବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.