www.samajalive.in
Sunday, December 14, 2025
26.1 C
Bhubaneswar

କେହି ଶୁଣିଲେନି, ଦାଦନ ଶ୍ରମିକଙ୍କ ମୃତଦେହ ଆଣିବାକୁ ପରିବାର ଲୋକେ ଖର୍ଚ୍ଚ କଲେ ୫୦ ହଜାର ଟଙ୍କା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ବକ୍ସିପଲୀ ଗ୍ରାମର ଜଣେ ବ୍ୟକ୍ତି ନିଜ ପରିବାର ପ୍ରତିପୋଷଣ ପାଇଁ ସୁଦୂର କେରଳ ଦାଦାନ ଖଟିବାକୁ ଯାଇଥିବା ବେଳେ ସେଠାରେ ଦୁର୍ଘଟଣାର‌ ଶିକାର ହୋ ମୃତ୍ୟୁବରଣ କରିଥିଲାବେଳେ ଆଜି  ଗାଁକୁ ତାଙ୍କ ଶବ ପହଞ୍ଚିଛି। ଯାହାଫଳରେ ଗାଁରେ ଶୋକର ଛାୟା ଖେଳିଯାଇଛି। ନୂଆବକ୍ସପଲ୍ଲି ଗାଁର କେ ପୋଲେୟା(୫୫) ବର୍ଷ ଗତ  କିଛି ବର୍ଷ ହେଲା ଗାଁର‌ କିଛି ଲୋକଙ୍କ ସହ ମାଛଧରା କାମ କରିବାକୁ କେରଳ ଯାଇଥିଲେ। ଗତ ୧୬ ତାରିଖରେ  କେରଳରୁ ଗାଁକୁ ଫେରିବାକୁ ଏର୍ଣ୍ଣାକୁଲମ ଷ୍ଟେସନ ଆସିବା ବେଳେ ଷ୍ଟେସନ ବାହାରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଉପସ୍ଥିତ ରହିଥିବା ରେଳ ବିଭାଗ କର୍ମଚାରୀମାନେ ତୁରନ୍ତ ସ୍ଥାନୀୟ ମେଡିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପଲେୟାଙ୍କ ମୃତ୍ୟୁ ନେଇ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିଲା। କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ବଛଳ ନଥିବାରୁ ଘଟଣା ନେଇ ମତ୍ସ୍ୟ ବିଭାଗ ସହ ଜିଲ୍ଲା ଶ୍ରମ ବିଭାଗକୁ ଅବଗତ କରାଯାଇଥିଲା। କିନ୍ତୁ ଉକ୍ତ ଦୁଇ ବିଭାଗ ପକ୍ଷରୁ ପୋଲେୟାଙ୍କ ଶବ ଆଣିବା ନେଇ କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଶେଷରେ ପରିବାର ବର୍ଗଙ୍କ ପକ୍ଷରୁ ମରଶରୀରକୁ କେରଳରୁ ବିମାନ ଯୋଗେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ବିଶାଖାପାଟଣା ଅଣାଯାଇଥିଲା। ସେଠାରୁ ମରଶରୀରକୁ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହଯୋଗ ପରେ ବିଶାଖାପାଟଣାରୁ ନିଜ ଗାଁ ନୂଆ ବକ୍ସିପଲୀକୁ ଅଣାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାରୁ ଅନେକ ସମୟରେ ଶତାଧିକ ଲୋକ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ଏହାର‌ କୈାଣସି ତଥ୍ୟ ମତ୍ସ୍ୟ ବିଭାଗ କିମ୍ବା ଶ୍ରମବିଭାଗ ନିକଟରେ ରହୁନାହିଁ। ଯାହାଫଳରେ କୈାଣସି ଦାଦାନଙ୍କ ଅସୁବିଧା କିମ୍ବା ମୃତ୍ୟୁ ଘଟିଲେ, ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉନି । ଯାହାଫଳରେ ଦାଦନ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ବିଭାଗ ଏଥି ପ୍ରତି ନଜର ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories