www.samajalive.in
Saturday, December 13, 2025
18.1 C
Bhubaneswar

‘ବସରେ ପ୍ରଥମେ ଚଢ଼ିବାକୁ ମହିଳାଙ୍କୁ ମନା କରାଯାଇପାରିବନି’

କଟକ: ମଣିଷ ସମାଜ ଯେତେ ଶିକ୍ଷିତ ହେଲେ ବି ଅନ୍ଧବିଶ୍ଵାସ କବଳିତ କରି ରଖୁଛି। ପରମ୍ପରାର ଦ୍ବାହି ଦେଇ ଅନ୍ଧବିଶ୍ଵାସ ସମତାଳରେ ଚାଲିଛି। ମହିଳା ଚନ୍ଦ୍ରପୃଷ୍ଠରେ ପାଦ ଦେଇଥିଲେ ବି ପରିବହନ କ୍ଷେତ୍ରରେ ମହିଳାଙ୍କୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ବାରଣ କରାଯାଉଛି। ଏ ନେଇ ଲୋକ ସଚେତନ ହୋଇପାରୁନାହାନ୍ତି, ନା ବସ ଚାଳକଙ୍କ ନିର୍ଦେଶ ରହୁଛି। ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି। ମହିଳାଙ୍କ ପ୍ରତି ଏଭଳି ବାଛବିଚାର କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏଭଳି କୁସଂସ୍କାର ଓ ଅନ୍ଧବିଶ୍ଵାସ ବିରୋଧରେ ପଦକ୍ଷେପ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) ପକ୍ଷରୁ ମଙ୍ଗଳବାର କଟକ ନେତାଜୀ ବସ ଟର୍ମିନାଲ(ସିଏନବିଟି)ରେ ଯାଞ୍ଚ କରାଯିବା ସହ ବସ ମାଲିକ ଓ କର୍ମଚାରୀଙ୍କୁ ସଚେତନ କରାଯାଇଛି। ଆଗକୁ ରାଜ୍ୟର ସମସ୍ତ ବସଷ୍ଟାଣ୍ଡରେ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଏସଟିଏ ନିଷ୍ପତ୍ତି ନେଇଛି। ଯାତ୍ରୀଙ୍କ ମଧ୍ୟରେ ବସ କର୍ମଚାରୀ ପାତରଅନ୍ତ କରିପାରିବେ ନାହିଁ। ମହିଳାଙ୍କ ପ୍ରତି ଅସମ୍ମାନକୁ ବରଦାସ୍ତ କରାଯିବନି। ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ଭଳି କୁସଂସ୍କାର, ଅନ୍ଧବିଶ୍ଵାସ ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦେଶ ପରେ ମଙ୍ଗଳବାର ସକାଳୁ ଏସଟିଏ ସଚିବ ଚିନ୍ମୟୀ ବିଶ୍ଵାଳ, ଉପ ପରିବହନ ଆୟୁକ୍ତ ବିରଞ୍ଚି ନାରାୟଣ ଅଧିକାରୀ ପ୍ରମୁଖଙ୍କ ସ୍ବତନ୍ତ୍ର ଟିମ କଟକ ବସ ଟର୍ମିନାଲରେ ପହଞ୍ଚିଥିଲେ। ସେମାନେ ଯାତ୍ରୀଙ୍କୁ ନେବାକୁ ପ୍ରସ୍ତୁତ ବିଭିନ୍ନ ରୁଟରେ ଯିବାକୁ ଥିବା ଏକାଧିକ ବସ ଉପରେ ନଜର ରଖିଥିଲେ। ପ୍ରଥମେ ଆସୁଥିବା ମହିଳା ଯାତ୍ରୀଙ୍କ ପ୍ରତି ବସ କର୍ମଚାରୀଙ୍କ କିଭଳି ବ୍ୟବହାର ରହୁଛି ତାହା ଅନୁଧ୍ୟାନ କରିଥିଲେ। ଏଥିସହ ଟର୍ମିନାଲରେ ଥିବା ଅନେକ ମହିଳା ଯାତ୍ରୀଙ୍କଠାରୁ ବସ ମାଲିକ ଓ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ବୁଝିଥିଲେ। ଏ ନେଇ ଏସଟିଏ ସଚିବ କହିଛନ୍ତି ଯେ, ମୋଯର ଯାନ ଆଇନ ଅନୁଯାୟୀ, ଯାତ୍ରୀଙ୍କ ମଧ୍ୟରେ ପାତରଅନ୍ତର କରାଯିବା ଦଣ୍ଡନୀୟ ଅପରାଧ। ଏଭଳି ଆଚରଣ କଲେ ପରିବହନ ନିୟମାବଳୀରେ ଜରିମାନା ସହ ପରମିଟ ରଦ୍ଦ ଭଳି ଦଣ୍ଡବିଧାନର ପ୍ରାବଧାନ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories