www.samajalive.in
Sunday, December 14, 2025
26.1 C
Bhubaneswar

ପୁତୁରାର କୁରାଢ଼ି ଚୋଟରେ କକା-ଖୁଡ଼ୀ ମୃତ

ବିଶୋଇ: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଖଡମବେଡା ପଞ୍ଚାୟତ କିତାବେଡ଼ା ଗ୍ରାମରେ ସୋମବାର ବିଳମ୍ବିତ ରାତ୍ରିରେ ଡାହାଣୀ ସନ୍ଦେହରେ ପୁତୁରାର କୁରାଢ଼ି ଚୋଟରେ କକା ଓ ଖୁଡୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ଅପରାହ୍ନରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକାରୀ ଯଦୁନାଥ ଜେନା, ଏସଡିପିଓ ଗୋକୁଳାନନ୍ଦ ସାହୁ, ଥାନା ଅଧିକାରିଣୀ ମିନି ଭୋଇ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସମ୍ୱନ୍ଧରେ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ କିତାବେଡ଼ା ଗ୍ରାମର ଦେବେନ୍ଦ୍ର ନାଏକ (୫୦)ଓ ତାଙ୍କ ସ୍ତ୍ରୀ ଚମ୍ପା ନାଏକ(୪୫)ଙ୍କୁ କୁରାଢ଼ିରେ ହତ୍ୟା କରାଯାଇଥିଲା। ହତ୍ୟାକାରୀ ଅଜୟ ନାଏକ(୨୨)କୁ ବିଶୋଇ ପୁଲିସ ବାଙ୍ଗରିପୋଷି ଅଞ୍ଚଳରୁ ଧରି ହେପାଜତକୁ ନେଇଛି। ଅଭିଯୁକ୍ତ ଅଜୟ ଏକ କୁରାଢ଼ିରେ କକା-ଖୁଡ଼ୀଙ୍କୁ ହତ୍ୟା କରିଥିବା ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି। ରାତି ପ୍ରାୟ ୯ଟା ବେଳେ କକା ଦେବେନ୍ଦ୍ର ବିଲାତି ବାଡ଼ିରେ ପାଣି ମଡ଼ାଉଥିବା ବେଳେ ଅଭିଯୁକ୍ତ ଅଜୟ ପ୍ରଥମେ ତାଙ୍କ ମୁଣ୍ଡକୁ କୁରାଢ଼ିରେ ହାଣି ହତ୍ୟା କରିଥିଲା। ପରେ ଘରକୁ ଆସି ଶୋଇଥିବା ଖୁଡ଼ୀଙ୍କୁ ମଧ୍ୟ କୁରାଢ଼ିରେ ହାଣି ହତ୍ୟା କରିଥିଲା। ଏହି ସମୟରେ ଘରେ ଥିବା ଦେବେନ୍ଦ୍ରଙ୍କ ପୁଅ ବୋହୂ ଏହା ଦେଖି ଭୟରେ ଘରୁ ଦୌଡ଼ି ପଳାଇଯାଇ ନିଜ ଜୀବନ ବଞ୍ଚାଇବା ସହ ଘଟଣା ସମ୍ପର୍କରେ ମଙ୍ଗଳବାର ସକାଳେ ଥାନାରେ ଜଣାଇଥିଲେ। ସୂଚନାଥାଉ କି, ଅଭିଯୁକ୍ତଙ୍କ ବାପା ବହୁ ଦିନ ଧରି ଶାରୀରିକ ଭାବେ ଅସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଗୁଣି ଓ ଡାହାଣୀ ସନ୍ଦେହରେ ଅଭିଯୁକ୍ତ ଏହି ଦୁଇ ଜଣଙ୍କୁ ହତ୍ୟା କରିଛି ବୋଲି ସୂଚନା ମିଳିଛି। ଏହି ଘଟଣାରେ ବିଶୋଇ ପୁଲିସ କେଶ ନଂ ୩୭/୨୫ ଧାରା ୧୦୩(୧)ବିଏନଏସରେ ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ ଚାଲୁ ରଖିଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories