www.samajalive.in
Sunday, December 14, 2025
26.1 C
Bhubaneswar

ମସ୍କ-ମୋଦୀ ଭେଟ ପରେ ଭାରତରେ ନିଯୁକ୍ତି ଆରମ୍ଭ କଲା ଟେସ୍‌ଲା, ଇଭି ବଜାରରେ ପ୍ରବେଶ ସଙ୍କେତ

ନୂଆଦିଲ୍ଲୀ: ଆମେରିକାର ବୈଦ୍ୟୁତିକ କାର ନିର୍ମାତା ଟେସ୍‌ଲା ଭାରତର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଏଥିରେ ବିଜ୍‌ନେସ୍‌ ଅପରେସନ୍ସ ଆନାଲିଷ୍ଟ ଏବଂ କଷ୍ଟମର ସପୋର୍ଟ ସ୍ପେଶାଲିଷ୍ଟ ପଦ ସାମିଲ ଅଛି। ଏହା ଭାରତରେ କମ୍ପାନୀର ପ୍ରବେଶ ପାଇଁ ବାଟ ପ୍ରଶସ୍ତ କରିପାରେ। କମ୍ପାନୀର ୱେବସାଇଟରେ ନିଯୁକ୍ତି ନେଇ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏହି ପଦ ପଦବୀଗୁଡ଼ିକ ମୁମ୍ବଇ ଉପାନ୍ତ ଅଞ୍ଚଳ ପାଇଁ ବାହାରିଥିବା ଜଣାପଡ଼ିଛି।

କେଉଁ କେଉଁ ପଦବୀ ପାଇଁ ନିଯୁକ୍ତି ଆରମ୍ଭ ହୋଇଛି?

- Advertisement -

– ସର୍ଭିସ୍‌ ଆଡ୍‌ଭାଇଜର

– ‘ପାର୍ଟ୍ସ’ କନ୍‌ସଲ୍‌ଟାଣ୍ଟ

– ସର୍ଭିସ ଟେକ୍ନିସିଆନ୍‌ୟ

– ସର୍ଭିସ ମ୍ୟାନେଜର

– ସେଲ୍ସ ଆଣ୍ଡ୍‌ କଷ୍ଟମର ସପୋର୍ଟ

– ଷ୍ଟୋର ମ୍ୟାନେଜର

– ବିଜ୍‌ନେସ୍‌ ଅପରେସନ୍ସ ଆନାଲିଷ୍ଟ

– କଷ୍ଟମର ସପୋର୍ଟ ସୁପରଭାଇଜର

– କଷ୍ଟମର ସପୋର୍ଟ ସ୍ପେଶାଲିଷ୍ଟ

– ଡେଲିଭରୀ ଅପରେସନ୍ସ ସ୍ପେଶାଲିଷ୍ଟ

– ଅର୍ଡର ହ୍ୟାଣ୍ଡ୍‌ଲିଂ ସ୍ପେଶାଲିଷ୍ଟ

– ଇନ୍‌ସାଇଡ୍‌ ସେଲ୍ସ କନସଲଟାଣ୍ଟ

– କଷ୍ଟମର ଏନ୍‌ଗେଜମେଣ୍ଟ ମ୍ୟାନେଜର

ଦେଶରେ ଏଣ୍ଟ୍ରି କେବେ?

ଇ-ମେଲ୍ ମାଧ୍ୟମରେ କମ୍ପାନୀକୁ ପଚରାଯାଇଥିଲା ଯେ, ଏହି ନିଯୁକ୍ତି କମ୍ପାନୀର ଭାରତୀୟ ବଜାରରେ ପ୍ରବେଶର ଯୋଜନାର ଏକ ଅଂଶ କି? ଭାରତରେ ବିକ୍ରୟ ଆରମ୍ଭ କରିବା ପାଇଁ ସମ୍ଭାବ୍ୟ ସମୟସୀମା କ’ଣ? ତେବେ ବର୍ତ୍ତମାନସୁଦ୍ଧା ଏହି ପ୍ରଶ୍ନର ଉତ୍ତର ମିଳିନାହିଁ।

ଆମେରିକାରେ ଭେଟ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ମସ୍କ

ନିକଟରେ କମ୍ପାନୀ ପ୍ରତିଷ୍ଠାତା ତଥା ଆମେରିକାର ବିଲିୟନେୟାର ଏଲନ୍ ମସ୍କଙ୍କର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହୋଇଥିବା ବୈଠକ ପରେ ଟେସ୍‌ଲା ଦ୍ୱାରା ଭାରତରେ ଏହି ନିଯୁକ୍ତି ଆରମ୍ଭ ହୋଇଛି। ଭାରତୀୟ ବଜାରରେ ଟେସ୍‌ଲାର ସମ୍ଭାବ୍ୟ ପ୍ରବେଶକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଛି।

ନୂଆ ଇଭି ନୀତି ଘୋଷଣା ପରେ ଆରମ୍ଭ ହୋଇଥିଲା କଳ୍ପନାଜଳ୍ପନା

ଟେସ୍‌ଲା ଭାରତକୁ ଆସିବା ନେଇ କଳ୍ପନାଜଳ୍ପନା ଏମିତି ସମୟରେ ଜୋର ଧରିଛି, ଯେଉଁ ସମୟରେ ସରକାର କିଛି ସପ୍ତାହ ପୂର୍ବରୁ ନୂତନ ବୈଦ୍ୟୁତିକ ଯାନ(ଇଭି) ନୀତି ଘୋଷଣା କରିଛନ୍ତି। ଏହା ଅଧୀନରେ ଦେଶରେ ଅତିକମ୍‌ରେ ୫୦୦ ମିଲିୟନ୍ ଡଲାରର ପୁଞ୍ଜି ନିବେଶ ସହିତ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରୁଥିବା କମ୍ପାନୀଗୁଡ଼ିକୁ ଆମଦାନୀ ଶୁଳ୍କରେ ରିହାତି ପ୍ରଦାନ କରାଯିବ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories