www.samajalive.in
Friday, December 5, 2025
20.1 C
Bhubaneswar

କିଟ୍‌‌ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନୀରବ ପ୍ରତିବାଦ

ଭୁବନେଶ୍ୱର: ଆଜି କିଟ୍‌‌ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ନୀରବ ପ୍ରତିବାଦ କରିଛନ୍ତି। ପ୍ରଚଣ୍ଡ ଖରାରେ ନୀରବ ପ୍ରତିବାଦରେ ବସିଛନ୍ତି ଛାତ୍ରଛାତ୍ରୀ। କିଟ୍‌‌ ବିଶ୍ୱବିଦ୍ୟାଳୟ ବାହାରେ ଛାତ୍ରଛାତ୍ରୀମାନେ ନୀରବ ପ୍ରତିବାଦ କରିଥିବା ସୂଚନା ମିଳିଛି। ସେମାନଙ୍କୁ କିପରି ହଷ୍ଟେଲ ଛାଡ଼ିବା ପାଇଁ କୁହାଯାଇଥିବା ତାହା ପ୍ରକାଶ କରିଛନ୍ତି। ସେମାନଙ୍କୁ ମାଡ଼ ମରାଯିବା ସହ ମୋବାଇଲ ଓ ଲାପଟପ ଛଡ଼ାଇ ନେବା ଅଭିଯୋଗ ଆଣିଛନ୍ତି। ହଷ୍ଟେଲ ୱାଡେର୍ଣ୍ଣ ଜୟନ୍ତୀ ନାଥ ଏବଂ ମଞ୍ଜୁସା ପାଣ୍ଡେଙ୍କ ନାଁରେ ଅଭିଯୋଗ କରିଛନ୍ତି। ଦୁହେଁ ସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନିରପେକ୍ଷ ଦାବି କରିବା ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ଲୁଚାଇବାକୁ ଚେଷ୍ଟା କରୁଥିବା ପ୍ରକାଶ କରିଛନ୍ତି। କାହିଁକି ଘଟଣା ପରେ ପୁଲିସକୁ ନ ଡାକି ଅନ୍ୟମାନଙ୍କୁ ଡାକିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏବେ ହଷ୍ଟେଲ ଫେରୁଥିବା ଛାତ୍ରଛାତ୍ରୀଙ୍କଠାରୁ ଅଣ୍ଡରଟେକିଂ ନିଆଯାଉଛି ବୋଲି ସେମାନେ କହିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories