www.samajalive.in
Friday, December 12, 2025
16.1 C
Bhubaneswar

‘ନିୟମଗିରିରେ ନିୟମରାଜା ପର୍ବ ପାଳନ ଭଣ୍ଡୁର କରିବାକୁ ଉଦ୍ୟମ’

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତକୁ ଲାଗି ରହିଥିବା ନିୟମଗିରି ପାହାଡ଼ରେ ନିୟମରାଜା ପର୍ବ ପାଳନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରୁଥିବା ନେଇ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା ଅଭିଯୋଗ କରିଛନ୍ତି। ଗତ କିଛି ଦିନ ତଳେ ନିୟମଗିରି ସୁରକ୍ଷା ସମିତି ସଚେତନ ଡଙ୍ଗରିଆ ମଞ୍ଚ ନାମରେ ନିୟମଗିରି ପର୍ବକୁ ନେଇ ପାର୍ଶାଲିଠାରେ ଏକ ପୋଷ୍ଟର ଲଗାଇଥିଲେ। ଏହାକୁ ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ କହିଛନ୍ତି। ନିୟମ ରାଜାଙ୍କ ପର୍ବ ପ୍ରତି ବର୍ଷ ଆମେ ଚଳିତ ମାସରେ କରିଆସୁଛୁ। ଏହି ପର୍ବ ଦ୍ୱାରା ନିୟମ ରାଜାଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ଓ ଜଳ, ଜମି, ଜଙ୍ଗଲ ବିକାଶ, ଡଙ୍ଗର ଚାଷ ଭଲ ହୋଇଥାଏ ଏବଂ ସେଥିରେ ଆମେ ଜୀବନ ଜୀବିକା ନିର୍ବାହ କରିଥାଉ। ଏହି ପର୍ବ ମାଧ୍ୟମରେ ଡଙ୍ଗରିଆ ପରମ୍ପରା ଓ ଏକତା ବଜାୟ ରହିଥାଏ। ଏହି ପର୍ବ ପୂର୍ବ ପୁରୁଷରୁ ସବୁ ଡଙ୍ଗରିଆ ମିଳିତରେ କରୁଥିଲେ। ଏବେ ଆମେ ସବୁ ଡଙ୍ଗରିଆ ମିଶି କରିଆସୁଛୁ। କିନ୍ତୁ ଏହି ପର୍ବକୁ କିଛି ବହୁରାଷ୍ଟ୍ରୀୟ କମ୍ପାନୀର ଦଲାଲ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି ଏବଂ ବେନାମୀ ପୋଷ୍ଟର ମାଧ୍ୟମରେ ଡଙ୍ଗରିଆଙ୍କ ମଧ୍ୟରେ ବିଭେଦ କରାଉଛନ୍ତି। ଆମକୁ ସାହାଯ୍ୟ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ଅପମାନିତ କରିବା ଭଳି କାର୍ଯ୍ୟ କରୁଛନ୍ତି। ଆମେ ୧୧୨ ଖଣ୍ଡ ଗାଁର ଡଙ୍ଗରିଆ ଏକତ୍ରିତ ହୋଇ ଏହି ନିୟମଗିରି ପୂଜା ତାରିଖ ନିର୍ଦ୍ଧାରଣ କରିଛୁ, ଯାହା ଚଳିତ ମାସ ୨୧, ୨୨, ୨୩ ତାରିଖ ହେବାକୁ ଯାଉଛି ଏବଂ ସେହି ନିର୍ଦ୍ଧାରିତ ତାରିଖରେ ହିଁ ପୂଜା ହେବ ବୋଲି ନିଷ୍ପତ୍ତି ହୋଇଛି। କୌଣସି ବେନାମୀ ଲୋକଙ୍କ ଖବର କିମ୍ବା ପୋଷ୍ଟରକୁ ବିଶ୍ୱାସ ନକରି ନିୟମ ରାଜାଙ୍କ ପୂଜାକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବାକୁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ନିୟମଗିରି ସୁରକ୍ଷା ସମିତି ଆବାହକ ଲଦ କହିଛନ୍ତି। ନିୟମଗିରିରେ ନିୟମଗିରି ସୁରକ୍ଷା ସମିତି ଓ ଯୁବ କମିଟି ନାମରେ ଦୁଇଟି କମିଟି ରହିଛି ପ୍ରାୟ ୨୫ବର୍ଷ ହେବ। କିନ୍ତୁ ଅନ୍ୟ କେଉଁ କମିଟି ନାହିଁ। ନିୟମଗିରି ସୁରକ୍ଷା ସମିତି ସଚେତନ ଡଙ୍ଗରିଆ କନ୍ଧ ବୋଲି କେଉଁଠାରୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି। ନିୟମ ରାଜା ପୂଜାକୁ ସଫଳ କରିବାକୁ ସାଧାରଣରେ ନିମନ୍ତ୍ରଣ ଦେଉଥିବା ନିୟମଗିରି ସୁରକ୍ଷା ସମିତି ସଭାପତି କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories