www.samajalive.in
Saturday, December 13, 2025
21.1 C
Bhubaneswar

ହସ୍ତତନ୍ତ ଓ ବୟନ ପାଇଁ ୧୨୨ କୋଟି

ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି। ଅର୍ଥ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ଆଗାମୀ ଆର୍ଥିକବର୍ଷ ଲାଗି ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦ କରାଯାଇଛି। ହସ୍ତତନ୍ତ ଓ ବୟନ ପାଇଁ ୧୨୨ କୋଟି ବ୍ୟୟ ବରାଦ ହୋଇଛି । ହସ୍ତଶିଳ୍ପ ତାଲିକାକୁ ସଂଶୋଧନ କରାଯାଇଛି । ୧୦୦ ହସ୍ତଶିଳ୍ପ କାରିଗରଙ୍କୁ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରାଯିବ । ପର୍ଯ୍ୟଟନ ପାଇଁ ସରକାର ୮୨୦ କୋଟି ପ୍ରଦାନ କରିବେ । ପର୍ଯ୍ୟଟନର ସମନ୍ବିତ ବିକାଶ ପାଇଁ ୩୯୫ କୋଟି ବ୍ୟୟ ହେବ । ସେହିଭଳି ରାଜ୍ୟରେ ବନ୍ଦରଗୁଡ଼ିକର ବିକାଶ ପାଇଁ ବଜେଟ୍‌ରେ ୧୭୦୭ କୋଟି ବ୍ୟୟ ବରାଦ ହୋଇଛି । ଅନ୍ତୋଦୟ ଯୋଜନା ପାଇଁ ବଜେଟ୍‌ରେ ୭ ହଜାର ୫୫୦ କୋଟି ବ୍ୟୟ ବରାଦ ହୋଇଛି । ପିଏମ୍‌ ଜନମନ ଯୋଜନାରେ ୨ ଶହ କୋଟି ଟଙ୍କା ବଣ୍ଟନ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଘର ନିର୍ମାଣ ହେବ । ୫ ଲକ୍ଷ ଘର ନିର୍ମାଣ ପାଇଁ ୪ ହଜାର ୫ ଶହ କୋଟି ବଣ୍ଟନ ହେବ ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories