www.samajalive.in
Saturday, December 13, 2025
21.1 C
Bhubaneswar

ଡକାୟତି ଯୋଜନାବେଳେ ମାଡ଼ି ବସିଲା ପୁଲିସ

ଗୋପାଳପୁର : ଗୋପାଳପୁର ପୁଲିସକୁ ମିଳିଛି ଏକ ବଡ ସଫଳତା । ଏକ ଡକାୟତି ଗ୍ୟାଙ୍ଗ ରାଜପଥରେ ଥିବା ଏକ ପେଟ୍ରୋଲ ପମ୍ପ ଓ ଟ୍ରକ ମାନଙ୍କରୁ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରିବାରେ ସଫଳତା ପାଇଛି। ପୁଲିସ ୭ ଡକାୟତ ସମେତ ଗୋଟିଏ ଟାଟା ସୁମୋ ଗାଡ଼ି,୨ ଟି ଖଣ୍ଡା,୪ ଟି ଲୁହା ରଡ଼, ୨ ଟା ଖାଲି ମଦ ବୋତଲ, ୩୫୦୦ ଟଙ୍କା ସମେତ ୭ ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଯୁବକମାନେ ହେଲେ ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡା ସାଇ ବିହାରର ଚିନୁ ବିଷୋୟୀ (୨୩), ସଦର ଥାନା ଅନ୍ତର୍ଗତ ହୁଗୁଳାପଟାର ରାଜା ମହାରଣା (୨୦)  ବାବୁଲା ନାୟକ(୧୯),ସିତୁନ ସ୍ବାଇଁ (୧୯),ସିତମ ସ୍ବାଇଁ(୨୧)କିରଣ ସ୍ବାଇଁ ଓରଫ ବେଲାଳସେନ(୨୨),ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ବଡ଼ସାହିର ସାଗର ରାଉଳ(୨୩) ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅଭିଯୋଗ ଅନୁଯାୟୀ ଗତ ରବିବାର ରାତିରେ ଗୋପାଳପୁର ପୁଲିସ ପକ୍ଷରୁ କରାପଲ୍ଲୀଠାରେ ପେଟ୍ରୋଲିଂ କରୁଥିବା ବେଳେ ପୁଲିସକୁ ଏକ ବିଶ୍ବସ୍ତ ସୂତ୍ରରୁ ଜାତୀୟ ରାଜପଥ ନଂ ୧୬ ହାଇଓ୍ବେ ଢ଼ାବା କଡ଼ରେ କିଛି ଯୁବକ ସଂଘବଦ୍ଧ ଭାବେ ଏକାଠି ରହି ଡକାୟତି ଯୋଜନା କରିବାକୁ ପ୍ରସ୍ତୁତ ହେଉଥିବା ଖବର ମିଳିଥିଲା ।ରାତି ୨ ଟା ୫୦ ମିନଟ ସମୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ପୁଲିସକୁ ଦେଖି ଯୁବକମାନେ ଖଣ୍ଡା ଓ ଲୁହା ରଡ଼ରେ ଆକ୍ରମଣ କରିବାକୁ ଉଦ୍ୟମ କରି ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସମସ୍ତ ୭ ଜଣ ଯାକ ଡକାୟତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୁଲିସ । ଡ଼କାୟତମାନଙ୍କୁ ନେଇ ପଚରାଉଚରା ସମୟରେ ସେମାନେ ଢ଼ାବା ନିକଟରେ ଥିବା ପେଟ୍ରୋଲ ପମ୍ପ ସମେତ ଜାତୀୟ ରାଜପଥରେ ଯାଆସ କରୁଥିବା ଟ୍ରକକୁ ଅଟକାଇ ଡକାୟତି ଯୋଜନା କରୁଥିବା ପୁଲିସ ସମ୍ମୁଖରେ ବୟାନ ଦେଇଥିଲେ। ପୁଲିସ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories