www.samajalive.in
Thursday, December 11, 2025
16.1 C
Bhubaneswar

ଆଜି ରାଜ୍ୟ ବଜେଟ୍: ବ୍ୟୟ ବରାଦ ୩ ଲକ୍ଷ କୋଟି ଛୁଇଁବା ଆଶା

ଭୁବନେଶ୍ବର : ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଦ୍ବିତୀୟଥର ପାଇଁ ଗୃହରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଆଜି ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଅପରାହ୍ଣ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ୨୦୨୫-୨୬ ଉପସ୍ଥାପନ କରିବେ। ବଜେଟର ଆକାର ସହିତ କେଉଁ କେଉଁ ଦିଗକୁ ସରକାର ଗୁରୁତ୍ବ ଦେବେ ତାକୁ ନେଇ ସାଧାରଣରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ସରକାର ଚଳିତ ବଜେଟରେ ବିକଶିତ ଓଡ଼ିଶା ଗଠନର ଭିତ୍ତିଭୂମି ପାଇଁ ପର୍ଯ୍ୟାପ୍ତ ଅର୍ଥ ବରାଦ କରିବା ଆଶା କରାଯାଉଛି। ବିଶେଷକରି ବିକଶିତ ଓଡ଼ିଶା ଗଠନରେ ମହିଳା, ଯୁବବର୍ଗ ସହିତ କୃଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ରାଜ୍ୟ ସରକାର ବଜେଟରେ ଏହିସବୁ ବର୍ଗ ପାଇଁ ଅଧିକ ବ୍ୟୟ ବରାଦ କରିବା ସମ୍ଭାବନା ରହିଛି। ସେହିପରି ବିକଶିତ ଓଡ଼ିଶା ଗଠନରେ ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ସହିତ ଗମନାଗମନର ପ୍ରମୁଖ ଭୂମିକା ଥିବାରୁ ଏ କ୍ଷେତ୍ରକୁ ମଧ୍ୟ ରାଜ୍ୟ ସରକାର ବଜେଟ୍‌ରେ ପ୍ରାଥମିକତା ଦେବା ଆଶା କରାଯାଉଛି। ରାଜ୍ୟ ସରକାର ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ କରିଥିବାରୁ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରିବା ସହିତ ଆବଶ୍ୟକ ଶିକ୍ଷକ, କର୍ମଚାରୀ ନିଯୁକ୍ତି ଦିଗରେ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବରାଦ କରିବା ସମ୍ଭାବନା ରହିଛି। ଏହିସବୁ ଦିଗକୁ ସରକାର ଗୁରୁତ୍ବ ଦେବାକୁ ଥିବାରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବାକୁ ଥିବା ବଜେଟ ୩ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆଶା କରାଯାଉଛି। ପୂର୍ବ ବର୍ଷର ବଜେଟଠାରୁ ଏଥର ବଜେଟର ଆକାର ଅଧିକ ୩୦ହଜାର କୋଟି ଟଙ୍କାରୁ ଅଧିକ ରହିପାରେ। ୨୦୨୪-୨୫ବଜେଟ ୨.୬୫ଲକ୍ଷ କୋଟି ଟଙ୍କା ଛୁଇଁଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ୩ଲକ୍ଷ କୋଟି ଟଙ୍କା ହେବ ବୋଲି ଅର୍ଥନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। ନୂଆ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଉତ୍ପାଦନ ବୃଦ୍ଧି ପାଇଁ ବିଶେଷ ଗୁରୁତ୍ବ ଦେଉଥିବାରୁ ବଜେଟର କଳେବର ବଢ଼ିବା ଆଶା ରହିଛି।
ଲୋକଙ୍କ ସରକାର ଦାବି କରୁଥିବାରୁ ବଜେଟକୁ ଲୋକାଭିମୁଖୀ କରିବାକୁ ନିଶ୍ଚିତ ଚେଷ୍ଟା କରିବେ। ଲୋକମତ, ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବଙ୍କ ପରାମର୍ଶରେ ବଜେଟ ପ୍ରସ୍ତୁତ ହୋଇଛି। ରାଜସ୍ୱ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇ ବଜେଟରେ ବ୍ୟବସ୍ଥା କରିଛନ୍ତି। ନିର୍ବାଚନ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଗୁରୁତ୍ୱ ଦେଇ ବଜେଟରେ ଅର୍ଥ ବ୍ୟୟ ବରାଦ ହେବା ଆଶା କରାଯାଉଛି। ମହିଳାଙ୍କ ଉପରେ ଫୋକସ୍ କରି ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ସମ୍ଭାବନାକୁ ଏଡ଼ାଇ ଦେଇହେବନି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories