www.samajalive.in
Friday, December 12, 2025
16.1 C
Bhubaneswar

ଆମ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ କର୍ମଶାଳା

ବାସୁଦେବପୁର : ଆମ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ କର୍ମଶାଳା ବାସୁଦେବପୁର ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । କିଶୋର କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ମୁନା ଖାଁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଅମରେଶ ବିଶ୍ୱାଳ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ପୁର୍ବତନ ବିଧାୟକ ବିଷ୍ନୁବ୍ରତ ରାଉତରାୟ ଓ କବି ଡ. ସୁରେନ୍ଦ୍ରପ୍ରସାଦ ମହାନ୍ତି ଯୋଗଦେଇଥିଲେ । ସଂଗ୍ରାହକ ବିକାଶକୁମାର ଶତପଥୀଙ୍କ ସଭା ସଂଯୋଜନାରେ ରମାକାନ୍ତ ଡାଙ୍ଗୁଆ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଜବାହାର ନବଦୋୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବା ସହିତ ‘ସାମ୍ବାଦିକର ସ୍ୱର’ ଓ ‘ଗୀତା,ଭାଗବତ ଓ ବ୍ରହ୍ମସୁତ୍ର କଥା’ ପୁସ୍ତକ ଲୋକାର୍ପଣ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଅମରେଶ ବିଶ୍ୱାଳ, କିଶୋରକୁମାର ମହାପାତ୍ର,ନାରାୟଣ ପ୍ରସାଦ ବାରିକ, ଖବରକାଗଜ ବିତରକ ମନରଞ୍ଜନ ପଣ୍ଡା, ସ୍ୱାତି ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଧୀନ ଆଲୋକ ଡାଙ୍ଗୁଆ,ଭରତ ନାୟକ,ସବେଶ୍ୱର ଜେନା,ସଂଗ୍ରାମକେଶରୀ ମହାନ୍ତି ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିବା ବେଳେ ଅମୀୟଭୂଷଣ ମହାନ୍ତି ଧନ୍ୟବାଦ ଦେଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories