www.samajalive.in
Friday, December 12, 2025
16.1 C
Bhubaneswar

  ବୋହୁଙ୍କୁ ଏଚଆଇଭି ସଂକ୍ରମିତ ଇଞ୍ଜେକ୍ସନ ଦେଲେ ଶ୍ୱଶୁର ଘର ଲୋକେ

ଉତ୍ତରାଖଣ୍ଡ:   ଯୌତୁକ ଦାବି ପୂରଣ ନ ହେବାରୁ ଶ୍ୱଶୁର ଘର ଲୋକେ ଜଣେ ବୋହୁଙ୍କୁ ଏଚଆଇଭି ସଂକ୍ରମିତ ଇଞ୍ଜେକ୍ସନ ଦେଇଥିଲେ ବୋଲି ପୁଲିସରେ ଅଭିଯୋଗ କରାଯାଇଛି।  ଯୌତୁକ ଦାବି ପୂରଣ ନ କରିବାରୁ ନିର୍ଯାତନା ଦିଆଯିବାଦେବା ସହ ବୋହୁକୁ ତାଙ୍କ ଶ୍ୱଶୁର ଘର ଲୋକେ ବଳପୂର୍ବକ ଏଚଆଇଭି ସଂକ୍ରମିତ ଇଞ୍ଜେକ୍ସନ ଦେଇଥିଲେ ବୋଲି ପୁଲିସ ସୂଚନା ଦେଇଛି।

ମହିଳାଙ୍କ ବାପାଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ, ସେ ତାଙ୍କ ଝିଅ ସୋନାଲ ସାଇନିଙ୍କୁ ଫେବୃଆରୀ ୧୫, ୨୦୨୩ ରେ ଉତ୍ତରାଖଣ୍ଡ ହରିଦ୍ୱାରର ନାଥିରାମ ସାଇନିଙ୍କ ପୁଅ ଅଭିଷେକ ଓରଫ ସଚିନଙ୍କ ସହିତ ବିବାହ ଦେଇଥିଲେ। ବିବାହରେ ବର ପରିବାରକୁ ଯୌତୁକ ଭାବରେ ଏକ କାର ଏବଂ ୧୫ ଲକ୍ଷ ଟଙ୍କା ନଗଦ ଦିଆଯାଇଥିଲା। ଏହା ସତ୍ତ୍ୱେ, ଶ୍ୱଶୁର ଘର ଲୋକେ ଖୁସି ନଥିଲେ ଏବଂ କିଛି ମାସ ପରେ ସେମାନେ ଏକ ସ୍କୋର୍ପିଓ ଏସୟୁଭି କାର ଏବଂ ୨୫ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗରେ କୁହାଯାଇଛି।

- Advertisement -

ହରିଦ୍ୱାରର ଜସୱାୱାଲା ଗାଁରେ ପଞ୍ଚାୟତର ହସ୍ତକ୍ଷେ ପରେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘରକୁ ଫେରାଇ ଦିଆଯାଇଥିଲା। ସେଠାରେ ତାଙ୍କୁ ପୁଣି ଥରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଭୋଗିବାକୁ ପଡିଲା ବୋଲି ତାଙ୍କ ବାପା ଅଭିଯୋଗରେ କହିଛନ୍ତି। ଝିଅଟିର ପରିବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଏଚଆଇଭି ସଂକ୍ରମିତ ଇଞ୍ଜେକ୍ସନ ଦେଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଯେତେବେଳେ ଝିଅର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା, ତାଙ୍କ ବାପାମାଆ ତାଙ୍କୁ ଡାକ୍ତରଖାନାକୁ ନେଇଗଲେ।

ଡାକ୍ତରୀ ପରୀକ୍ଷା ପରେ, ଡାକ୍ତରମାନେ କହିଲେ ଯେ ସେ ଏଚଆଇଭି ସଂକ୍ରମିତ। ଝିଅଟିର ପରିବାରକୁ ଆଶ୍ଚର୍ଯ୍ୟ କଲା ଯେ ଯେତେବେଳେ ତାଙ୍କ ସ୍ୱାମୀ ଅଭିଷେକଙ୍କ ପରୀକ୍ଷା କରାଯାଇଥିଲା, ସେତେବେଳେ ତାଙ୍କୁ ଏଚଆଇଭି ନେଗେଟିଭ୍ ମିଳିଥିଲା। ଏହା ପରେ, ଝିଅଟିର ପରିବାର ପୁଲିସରେ ଅଭିଯୋଗ କରିଥିଲେ, କିନ୍ତୁ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।

ଅଭିଯୋଗକାରୀ ସ୍ଥାନୀୟ କୋର୍ଟକୁ ଯାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ, ଗଙ୍ଗୋହ କୋତୱାଲି ପୁଲିସ ଅଭିଷେକ ଓରଫ ସଚିନ, ତାଙ୍କ ବାପାମାଆ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା, ଆକ୍ରମଣ, ହତ୍ୟା ଉଦ୍ୟମ ସମେତ ଅନେକ ଗମ୍ଭୀର ଧାରା ଅନୁଯାୟୀ ମାମଲା ରୁଜୁ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories