www.samajalive.in
Saturday, December 13, 2025
21.1 C
Bhubaneswar

ଇନଷ୍ଟାଗ୍ରାମର ନୂଆ ଫିଚର: କେବଳ ଲାଇକ୍ ନୁହେଁ ଏଣିକି ଡିସ୍‌ଲାଇକ୍ ବି କରିପାରିବେ ୟୁଜର

ସମାଜ ଡିଜିଟାଲ ଡେସ୍କ: ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କର ସର୍ବଦା ଅଭିଯୋଗ ଥାଏ ଯେ, ସେମାନେ କୌଣସି ଏକ ପୋଷ୍ଟକୁ ଲାଇକ୍‌ କରିପାରୁଛନ୍ତି, କିନ୍ତୁ ଯଦି କୌଣସି କଣ୍ଟେଣ୍ଟ ପସନ୍ଦ ଆସୁନାହିଁ ତେବେ ତାହାକୁ ଡିସ୍‌ଲାଇକ୍ କରିବାର କୌଣସି ବକଳ୍ପ ନାହିଁ। କିନ୍ତୁ ଏବେ ୟୁଜରଙ୍କ ପାଇଁ ଏକ ଭଲ ଖବର ଆସିଛି। ଅନେକ ଇନଷ୍ଟାଗ୍ରାମ ୟୁଜରଙ୍କୁ ନିକଟରେ ତାଙ୍କ କମେଣ୍ଟ ସେକ୍ସନରେ Dislike ବଟନ୍‌ ଦେଖିବାକୁ ମିଳିଛି। ଅର୍ଥାତ୍, ଯଦି ଆପଣ କୌଣସି ପୋଷ୍ଟ କିମ୍ବା ମନ୍ତବ୍ୟ ସହିତ ସହମତ ନୁହଁନ୍ତି କିମ୍ବା ଆପଣଙ୍କୁ ତାହା ପସନ୍ଦ ଆସିଲା ନାହିଁ, ତେବେ ଆପଣ ତାହାକୁ ଏବେ ଡିସ୍‌ଲାଇକ୍ କରିପାରିବେ।

ଇନଷ୍ଟାଗ୍ରାମର ମୁଖ୍ୟ ଆଡାମ୍ ମୋସେରୀ Threadsରେ ଏକ ପୋଷ୍ଟ ମାଧ୍ୟମରେ ଏହି ଫିଚର ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଉଭୟ ଇନଷ୍ଟାଗ୍ରାମ ପୋଷ୍ଟ ଏବଂ ରିଲ୍ସର କମେଣ୍ଟ ସେକ୍ସନରେ ଡିସ୍‌ଲାଇକ୍‌ ଅପ୍ସନ ଯୋଡ଼ାଯିବ। ଏହା ୟୁଟ୍ୟୁବର ଡିସ୍‌ଲାଇକ୍‌ ଫିଚର ଭଳି କାମ କରିବ, ଯେଉଁଠାରେ କୌଣସି ପୋଷ୍ଟ କିମ୍ବା କମେଣ୍ଟକୁ କେତେ ଲୋକ ଡିସ୍‌ଲାଇକ୍ କରିଛନ୍ତି ତାହାର ନମ୍ବର ଦୃଶ୍ୟମାନ ହେବନାହିଁ। ଏଥିସହ କିଏ କେଉଁ କମେଣ୍ଟକୁ ଡିସ୍‌ଲାଇକ୍‌ କରିଛନ୍ତି ତାହା କେହି ଦେଖିବାକୁ ସମର୍ଥ ହେବେ ନାହିଁ।

- Advertisement -

ଇନଷ୍ଟାଗ୍ରାମର ଏହି ନୂଆ ଡିସ୍‌ଲାଇକ୍ ବଟନ୍ ପ୍ଲାଟଫର୍ମକୁ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ଏବଂ ପାରସ୍ପରିକ ଆଦାନପ୍ରଦାନ କରିବାରେ ସାହାଯ୍ୟ କରିବ। ମୋସେରୀଙ୍କ ଅନୁଯାୟୀ, ଏହି ଫିଚର ଉପଭୋକ୍ତାମାନଙ୍କୁ କୌଣସି ନକରାତ୍ମକତା ବିନା ଏହା କହିବାକୁ ସୁଯୋଗ ଦେବ ଯେ କୌଣସି ଏକ କମେଣ୍ଟ ତାଙ୍କୁ ଠିକ୍ ଲାଗିଲା ନାହିଁ। ଏହା ପ୍ଲାଟଫର୍ମରେ ସୁସ୍ଥ ବାର୍ତ୍ତାଳାପକୁ ପ୍ରୋତ୍ସାହିତ କରିବ ଏବଂ ଅନାବଶ୍ୟକ ଟ୍ରୋଲିଂକୁ ମଧ୍ୟ ରୋକିବ।

ଇନଷ୍ଟାଗ୍ରାମ ମୁଖପାତ୍ର କ୍ରିଷ୍ଟିନ୍ ପାଇଙ୍କ କହିବାନୁଯାୟୀ, ଏହି ଫିଚର ବର୍ତ୍ତମାନ ପରୀକ୍ଷା ପର୍ଯ୍ୟାୟରେ ଅଛି ଏବଂ କେବଳ ସୀମିତ ସଂଖ୍ୟକ ଉପଭୋକ୍ତା ଏହାକୁ ଆ​‌କ୍ସେସ କରିବାର ସୁଯୋଗ ପାଇଛନ୍ତି। ଏହି ଫିଚର କେବେସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ ଏବଂ କେଉଁ ଉପଭୋକ୍ତା ଏହାକୁ ବ୍ୟବହାର କରିବାର ସୁଯୋଗ ପାଇବେ ତାହା ସେ ସ୍ପଷ୍ଟ କରି ନାହାନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories