www.samajalive.in
Friday, December 12, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ

ଭୁବନେଶ୍ୱର: ରାଜ୍ୟର ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ ନେଇ ‘ଲକ୍ଷପତି ଦିଦି ଯୋଜନା’ କାର୍ଯ୍ୟକାରୀ ନିମନ୍ତେ ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ଶନିବାର ମଧ୍ୟାହ୍ନରେ ରାଜ୍ୟର ୩୦ଟି ଜିଲାର ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାପାଇଁ ଲକ୍ଷ୍ୟ ରଖିଛନ୍ତି ଏବଂ ସମସ୍ତେ ନିଜେ ଲକ୍ଷପତି ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଲକ୍ଷ ପତି ହେବା ପାଇଁ ସାହାଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୁଭଦ୍ରା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ବିଭିନ୍ନ ବ୍ୟବସାୟରେ ବିନିଯୋଗ କରି ଘରର ରୋଜଗାର ବଢାଇବା ପାଇଁ ପରାମର୍ଶ ଦେଇଥିଲେ। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ସରକାର ମହିଳା ସଶକ୍ତୀକରଣ ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ନିଯୁକ୍ତ କରିଥିଲେ। କେବଳ ନିଯୁକ୍ତି ଦେଇଦେଲେ ତ ହବନି, ସେମାନଙ୍କୁ ପାରିଶ୍ରମିକ ମଧ୍ୟ ଦେବା ଦରକାର ଥିଲା। ଗତ ସରକାର ସେମାନଙ୍କୁ ଉପେକ୍ଷା କରିଥିଲେ ଏବଂ ଗତ ୧୦ ମାସ ହେଲାଣି ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫ ପାରିଶ୍ରମିକ ପାଇ ନାହାନ୍ତି। ଆମ ସରକାର କ୍ଷମତାକୁ ଆସିବା ପରେ, ଏହାକୁ ଗୁରୁତ୍ୱର ସହ ନେଇ ସେମାନଙ୍କ ବକେୟା ପାରିଶ୍ରମିକ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଗତକାଲି, ଓଡ଼ିଶାରେ ‘ଲକ୍ଷପତି ଦିଦି ସହାୟତା ଯୋଜନା’ ଲାଗୁ ହେବ ବୋଲି ଘୋଷଣା ହୋଇଛି। ଏହି ଯୋଜନାରେ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସାମିଲ କରାଯିବ।

- Advertisement -

ସେମାନଙ୍କ ବକେୟା ପାରିଶ୍ରମିକ ସହ ନିୟମିତ ପାରିଶ୍ରମିକ ପ୍ରଦାନ କରାଯିବ ଏବଂ ଜିପିଏଲଏଫଗୁଡ଼ିକୁ ସୁଦୃଢ କରାଯିବ। ‘ଲକ୍ଷପତି ଦିଦି ଯୋଜନା’ ମାଧ୍ୟମରେ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ ଜିପିଏଲଏଫଗୁଡ଼ିକୁ ଅନୁଦାନ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ୬୨ ହଜାରରୁ ଊର୍ଦ୍ଧ୍ବ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ, ଏହା ମାଧ୍ୟମରେ ଉପକୃତ ହେବେ। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହିତ ବିଭାଗୀୟ ସଚିବ ଏବଂ ଓଡିଶା ଜୀବିକା ମିଶନ ନିର୍ଦେଶିକା ଉପସ୍ଥିତ ଥିଲେ I

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories