www.samajalive.in
Monday, December 8, 2025
16.1 C
Bhubaneswar

ସାତକୋଶିଆ ନିଷିଦ୍ଧାଞ୍ଚଳରେ ଉଡ଼ିଲା ହେଲିକପ୍ଟର, ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା ବନ ବିଭାଗ

ଅନୁଗୋଳ: ମହାନଦୀର ସାତକୋଶିଆ ଗଣ୍ଡ ନିଷିଦ୍ଧାଞ୍ଚଳ ଉପର ଦେଇ ଏକ ହେଲିକପ୍ଟର ଉଡ଼ିବା ଘଟଣାରେ ଜଙ୍ଗଲ ବିଭାଗର ନିଦ ହଜିଛି। କେଉଁ ପରିସ୍ଥିତିରେ ଏବଂ କାହାଦ୍ବାରା ହେଲିକପ୍ଟରଟିକୁ ନିଷିଦ୍ଧାଞ୍ଚଳରେ ଉଡ଼ାଣ କରାଗଲା ତାହାର ସ୍ପଷ୍ଟ ସୂଚନା ଚବିଶ ଘଣ୍ଟା ପରେ ମଧ୍ୟ ଜଣାପଡ଼ିନି। ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସାତକୋଶିଆ ବନଖଣ୍ଡ ଅଧିକାରୀ ଚିଠି ଲେଖି ଉତ୍ତରକୁ ଅପେକ୍ଷା କରିଛନ୍ତି।

ସାତକୋଶିଆ ଅଭୟାରଣ୍ୟର ସ୍ୱତନ୍ତ୍ର ପରିଚୟ ରହିଛି। ରାମସାର ସାଇଟ ମାନ୍ୟତା ପାଇଥିବା ସାତକୋଶିଆ ଗଣ୍ଡରେ ବିରଳ ପ୍ରଜାତିର ଜୀବଜନ୍ତୁ ବସବାସ କରୁଥିବା ଯୋଗୁଁ ଏହାକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ, ପରିବେଶ ସମ୍ବେଦନଶୀଳ, ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳ ଆଦି ଅନେକ କଟକଣା ମଧ୍ୟରେ ରହିଛି ସାତକୋଶିଆ ଗଣ୍ଡ।

- Advertisement -

ଏହାର ଉପରି ଭାଗକୁ ନୋ ଫ୍ଲାଇଙ୍ଗ ଜୋନ ବା ଉଡ଼ାଣ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଗୁରୁବାର ଅପରାହ୍ଣ ୨ଟା ସମୟରେ ଜିଲିଣ୍ଡା ବନାଞ୍ଚଳ ଦିଗରୁ ଆଠମଲ୍ଲିକ ଆଡ଼କୁ ଏକ ହେଲିକପ୍ଟର ଉଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ଗୁରୁବାର ଯାଇଥିବା ହେଲିକପ୍ଟରଟି ଶୁକ୍ରବାର ପୂର୍ବାହ୍ଣ ୯ଟା ସମୟରେ ପୁଣି ସେଇ ଗଣ୍ଡ ଉପରଦେଇ ଫେରିଥିବା ଦେଖାଯାଇଥିଲା।

ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ) ସୁଧାଂଶୁ ଶେଖର ଖୋରାଙ୍କ ନିର୍ଦେଶ କ୍ରମେ ସାତକୋଶିଆ ବନଖଣ୍ଡ ପକ୍ଷରୁ ଡିଏଫଓ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଯେଉଁ ହେଲିକପ୍ଟରଟି ଗଣ୍ଡ ଉପରେ ଉଡ଼ୁଥିଲା, ତାହା କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାର କି? କେଉଁ ବିମାନବନ୍ଦରରୁ ଏହା ଅନୁମତି ପାଇ ଉଡ଼ାଣ କରିଥିଲା ଏବଂ କେଉଁଠାରୁ କେଉଁଠିକୁ ଉଡ଼ିବାକୁ ଅନୁମତି ପାଇଥିଲା, କେତେ ଉଚ୍ଚତାରେ ଉଡ଼ାଣ କରିଥିଲା ସେ ସଂକ୍ରାନ୍ତ ବିସ୍ତୃତ ବିବରଣୀ ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ଚିଠି ପାଇବା ପରେ ବେସାମରିକ ବିମାନ ଚଳାଚଳ ବିଭାଗ କ’ଣ ଉତ୍ତର ରଖୁଛନ୍ତି ତାହାକୁ ଅପେକ୍ଷା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories