www.samajalive.in
Sunday, December 7, 2025
26.1 C
Bhubaneswar

ସୁରଙ୍କ ଘର ବାହୁଡ଼ା: ମୁଣ୍ଡିଆ ମାରିଲେ, କାନ୍ଦିଲେ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ସୁରେଶ ରାଉତରାୟ କଂଗ୍ରେସକୁ ଫେରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଗତ ନିର୍ବାଚନ ସମୟରେ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ନୂଆ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭାବେ ଭକ୍ତ ଚରଣ ଦାସ ଦାୟିତ୍ଵ ନେବା ପରେ ସମସ୍ତ ନିଲମ୍ବିତ କର୍ମୀ ଓ ନେତାଙ୍କ ଉପରୁ ଆଦେଶ ପ୍ରତ୍ୟାହାର କରିଥିଲେ। ସୁରେଶ ରାଉତରାୟଙ୍କ ଉପରୁ ମଧ୍ୟ ନିଲମ୍ବନ ହଟିଥିଲା। ଏହା ପରେ ସେ ଶନିବାର କଂଗ୍ରେସ ଭବନକୁ ଆସିଥିଲେ। ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହିତ ସୁର କଂଗ୍ରେସ ଭବନରେ ପ୍ରବେଶ କରିଥିଲେ। ପ୍ରବେଶ ପୂର୍ବରୁ ସୁର ମୁଣ୍ଡିଆ ମାରିଥିଲେ। ଏପରି କି ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେବା ସମୟରେ ସୁର କାନ୍ଦି ପକାଇଥିଲେ। ନିଲମ୍ବନ ପ୍ରତ୍ୟାହାର ଲାଗି ସେ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ସୁର କହିଛନ୍ତି, ୯ ମାସ ଧରି ସେ ବହୁ ଯନ୍ତ୍ରଣାରେ ଥିଲେ। ଆଜି ନିଜ ମନ୍ଦିରକୁ ଫେରିଛନ୍ତି। ସେଥିପାଇଁ ବହୁ ଖୁସି ଅଛନ୍ତି ବୋଲି ସୁର ଗଣମାଧ୍ୟମ ଆଗରେ କହିଥିଲେ। ଏହା ସହିତ ଆଗାମୀ ଦିନରେ ଆଉ କୌଣସି କନ୍ଦଳ ରହିବ ନାହିଁ ଏବଂ ସମସ୍ତେ ମିଳିମିଶି ସଂଗଠନ ପାଇଁ କାମ କରିବୁ ବୋଲି କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories