www.samajalive.in
Friday, December 12, 2025
15.1 C
Bhubaneswar

ଅନୁପ୍ରବେଶ ଅପେକ୍ଷାରେ ୧୫୦ ଆତଙ୍କବାଦୀ, ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ହାଇ-ଆଲର୍ଟ

ନୂଆଦିଲ୍ଲୀ: ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ଲାଗି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ୧୫୦ରୁ ଅଧିକ ପ୍ରଶିକ୍ଷଣପ୍ରାପ୍ତ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ପିଓକେର ନୀଲମ ଭ୍ୟାଲିର ୬ଟି ଲଞ୍ଚ ପ୍ୟାଡ୍‌ରେ ଆତଙ୍କବାଦୀମାନେ ସଜାଗ ରହିଛନ୍ତି। ପିଓକେରେ କାଶ୍ମୀର ଏକତା ଦିବସ ପାଳନ ଦିନ ଠାରୁ ଆତଙ୍କବାଦୀମାନେ ଭାରତ ସୀମାକୁ ଅନୁପ୍ରବେଶ ଲାଗି ଏକଜୁଟ୍ ହୋଇଛନ୍ତି। ଭାରତ ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ ଏହି ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଯୋଜନା କରିଛନ୍ତି। ସେମାନେ ଭାରତର ସୀମାରେ ଥିବା ସେନାର ଆଗୁଆ ଘାଟିଗୁଡିକ ଉପରେ ଆକ୍ରମଣ କରିବେ। ଗୁଇନ୍ଦା ବିଭାଗର ଏପରି ସୂଚନା ପରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀକୁ ହାଇ ଆଲର୍ଟ ଜାରି କରାଯାଇଛି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ନେଟୱର୍କକୁ ନଷ୍ଟ କରିବା ଲାଗି ସୁରକ୍ଷାବାହିନୀ ବ୍ୟାପକ ଅଭିଯାନ ଚଳାଇଛି। କାଶ୍ମୀର ରେଞ୍ଜ ଆଇଜିପି ଭିକେ ବିର୍ଦି କହିଛନ୍ତି ଯେ ଶ୍ରୀନଗର ସମେତ କାଶ୍ମୀର ଜୋନ୍‌ର ସମସ୍ତ ଜିଲାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲାର ସୀମାରେ ନାକାବନ୍ଦୀ କରାଯିବା ସହିତ ୨୪ ଘଣ୍ଟିଆ ପ୍ରହରା ଦିଆଯାଉଛି। ସବୁ ସ୍ଥାନରେ ଡ୍ରୋନ ଓ ସିସିଟିଭି ଟେକ୍ନୋଲୋଜିକୁ ଉପଯୋଗ କରାଯାଉଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଉପରାଜ୍ୟପାଳ ମନୋଜ ସିହ୍ନା ଜାମ୍ମୁ-କାଶ୍ମୀର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରେ ଆତଙ୍କବାଦୀଙ୍କୁ ଦମନ କରିବା ଲାଗି ସୁରକ୍ଷା ବାହିନୀକୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ଅନ୍ୟପଟେ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ଲାଗି ପାକିସ୍ତାନ ସେନା ନିୟମିତ ଭାବେ ରଣନୀତି ବଦଳାଇବାରେ ଲାଗିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories