www.samajalive.in
Sunday, December 14, 2025
23.1 C
Bhubaneswar

କଳାଦିବସ ସହିତ ମାତୃପିତୃ ପୂଜନ ଦିବସ ପାଳନ

ସମ୍ବଲପୁର: ଜାମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ୧୪ ଫେବୃଆରୀ ୨୦୧୯ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ ଯବାନ ଶହୀଦ ହୋଇଥିବା ବେଳେ ଏହି ଦିବସକୁ ପ୍ରତି ବର୍ଷ କଳା ଦିବସ ରୁପେ ସାରା ଦେଶରେ ପାଳନ କରାଯାଉଛି। ଆଜି ଏହି ଦିନକୁ କଳା ଦିବସ ରୁପେ ପାଳନ କରାଯାଉଥିବା ବେଳେ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଏଥି ସହ ପାଶ୍ଚାତ୍ୟ ସଂସ୍କୃତିର ଭେଲେଣ୍ଟାଇନ ଡେକୁ ବିରୋଧ କରି ଭାରତୀୟ ସଂସ୍କୃତିର ମାତୃ ପିତୃ ପୂଜନ ଦିବସ ପାଳନ ମଧ୍ୟ କରାଯାଉଛି। ଏହି କ୍ରମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ବଲପୁରର କ୍ଷେତରାଜପୁର ଅଞ୍ଚଳର ଦଲଦଲିପଡ଼ା ଠାରେ ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ ଆୱାର ହେଲ୍ପିଂ ହେଣ୍ଡ ପକ୍ଷରୁ କଳା ଦିବସ ଓ ମାତୃ ପିତୃ ପୂଜନ ଦିବସ ଶୁକ୍ରବାର ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହାନଗର ନିଗମର କମିଶନର ବେଦ ଭୂଷଣ ମୁଖ୍ୟ ଅତିଥି ଓ ସାମ୍ବାଦିକ ଭବାନୀ ଶଙ୍କର ଭୋଇ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବୀର ଶହୀଦ ମାନଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories